ଦ୍ୱିତୀୟ ସମନ୍ୱୟ ବୈଠକରେ ରଥ ନିର୍ମାଣ, ଦଉଡ଼ି ଯୋଗାଣ, ନୀତିକାନ୍ତି ଉପରେ ଆଲୋଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 29, 2019

ଦ୍ୱିତୀୟ ସମନ୍ୱୟ ବୈଠକରେ ରଥ ନିର୍ମାଣ, ଦଉଡ଼ି ଯୋଗାଣ, ନୀତିକାନ୍ତି ଉପରେ ଆଲୋଚନା

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ପୁରୀରେ ବସିଛି ଦ୍ୱିତୀୟ ରଥ ସମନ୍ୱୟ ବୈଠକ। କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକ ମହାପ୍ରଭୁଙ୍କ ରଥ ଯାତ୍ରା ଓ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ମୁଖ୍ୟତଃ ରଥ ନିର୍ମାଣ, ରଥ ଦଉଡ଼ି ଯୋଗାଣ, ନୀତିକାନ୍ତି, ସେବାପୂଜାରେ ଶୃଙ୍ଖଳା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସହିତ ରଥଯାତ୍ରା ପରିଚାଳନା ଉପରେ ଆଲୋଚନା ହୋଇଛି। ବିଶେଷକରି ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଡ୍ରେନେଜ୍‌ ଓ ସ୍ୱରେଜ ବ୍ୟବସ୍ଥା, ବିଦ୍ୟୁତ, ସଫେଇ, ଖାଦ୍ୟ ପଦାର୍ଥ ସୁରକ୍ଷା ଯାଞ୍ଚ, ପାନୀୟଜଳ ବ୍ୟବସ୍ଥା, ଯୋଗାଯୋଗ, ରେଳ ଚଳାଚଳ ଉପରେ ମଧ୍ୟ ଆଲୋଚନା ହୋଇଛି। ସ୍ନାନ ପୂର୍ଣ୍ଣିମାଠାରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯିବ। ବାତ୍ୟାରେ ବହୁ ସିସିଟିଭି କ୍ୟାମେରା ଭାଙ୍ଗିରୁଜି ଯାଇଛି। ଅନେକ ଅଚଳ ହୋଇଯାଇଛି। ଏହାର ମରାମତି ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି।

ଜୁଲାଇ ୪ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ହେବ। ଏଥିରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହେବ। ଏଣୁ ଏହାକୁ ଶୃଙ୍ଖଳିତ କରିବା ପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଚଳିତବର୍ଷ ‘ଫୋନି’ ଯୋଗୁ ଶ୍ରୀମନ୍ଦିର ସହ ସହରରେ ଅନେକ କ୍ଷୟକ୍ଷତି ହୋଇଥିବାରୁ ପ୍ରସ୍ତୁତିରେ ସମସ୍ୟା ଉପୁଜିଛି। ମାତ୍ର ରଥଯାତ୍ରାର ସଫଳ ପରିଚାଳନା କରିବା ଲାଗି ସରକାର ଉଦ୍ୟମ ଚଳାଇଛନ୍ତି।



from Odisha Reporter http://bit.ly/2QyBPZf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages