
ଗୁଆହାଟୀ: ଗତକାଲି ଆସାମ ଗୁଆହାଟୀର ଜୁ’ ରୋଡ୍ଠାରେ ହୋଇଥିବା ଗ୍ରେନେଡ୍ ବିସ୍ଫୋରଣ ଘଟଣାରେ ଆହତ ସଂଖ୍ୟା ୮ରୁ ୧୨ରେ ପହଞ୍ଚିଛି। ଏ ନେଇ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କ ସହିତ କଥା ହୋଇଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ।
ଗତକାଲି ସଂଧ୍ୟାରେ ହୋଇଥିବା ଏହି ଆକ୍ରମଣ ପାଇଁ ‘ଉଲଫା’ ସଂଗଠନ ନିଜକୁ ଦାୟୀ କରିଛି। ସୂଚନାଯୋଗ୍ୟ ଯେ, ଗତକାଲି ସଂଧ୍ୟାରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ହେଲମେଟ୍ ପିନ୍ଧି ମୋଟର ସାଇକେଲରେ ଆସିଥିଲେ । ଦିସପୁର ଠାରେ ଥିବା ଚିଡ଼ିଆଖାନା ରୋଡସ୍ଥିତ ସେଣ୍ଟ୍ରାଲ ମଲ ସାମ୍ନାରେ ଗ୍ରେନେଡ ବିସ୍ଫୋରଣ କରି ଫେରାର ହୋଇ ଯାଇଥିଲେ । ଆହତ ମାନଙ୍କୁ ଗୁଆହାଟୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ନିନ୍ଦା କରିବା ସହିତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
from Odisha Reporter http://bit.ly/2W7kPi6
No comments:
Post a Comment