କାନ୍‌ ଫେଷ୍ଟିଭାଲ, କେଉଁ ଦିନ ରେଡ କାର୍ପେଟରେ ନଜର ଆସିବେ କେଉଁ ବଲିଉଡ଼ ଡିଭା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

 କାନ୍‌ ଫେଷ୍ଟିଭାଲ, କେଉଁ ଦିନ ରେଡ କାର୍ପେଟରେ ନଜର ଆସିବେ କେଉଁ ବଲିଉଡ଼ ଡିଭା…

ମୁମ୍ୱାଇ :   ବହୁ ପ୍ରତିକ୍ଷୀତ  ୭୨ତମ କାନ୍‌ ଫିଲ୍ମ ଫେଷ୍ଟିଭାଲ ଆରମ୍ଭ ହୋଇଯାଇଛି। ଫେଷ୍ଟିଭାଲର ପ୍ରଥମ ଦିନରେ ହଲିଉଡ଼ ଷ୍ଟାରମାନେ ଜଲୱା ଦେଖାଇଥିଲେ।  କିନ୍ତୁ ଏହି ଫେଷ୍ଟିଭାଲକୁ ଯାଇଥିବା ଭାରତୀୟ ଦର୍ଶକ ଉତ୍ସୁକତାର ସହ ବଲିଉଡ଼ ଡିଭାଙ୍କ ଅପେକ୍ଷା କରିଛନ୍ତି। ଚଳିତ ବର୍ଷ ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କଠାରୁ ଆରମ୍ଭ କରି ସୋନମ କପୁର, ଦୀପିକା ପାଦୁକୋନ, କଙ୍ଗନା ରାଣାୱତ, ହୁମା କୁରେସୀ ମଧ୍ୟ କାନ୍‌ର ରେଡ କାର୍ପେଟରେ ୱାକ୍‌ କରିବେ  ।

ଏଥର ବଲିଉଡ଼ର ଗ୍ଲାମରସ ଚେହେରା ସହ  ବଲିଉଡ ହିରୋଇନ ଡାଏନା ପେଣ୍ଟି ଓ ଟେଲି କଳାକାର ହିନା ଖାନ ମଧ୍ୟ କାନ୍‌ ଫେଷ୍ଟିଭାଲରେ ସାମଲି ହେବେ। ପ୍ରଥମ ଥର ଲାଗି ହିନା ଏହି ଫେଷ୍ଟିଭାଲରେ ଅଂଶଗ୍ରହଣ କରିବାକୁ ଯାଉଥିବାରୁ ସେ ବହୁତ ଉତ୍ସାହିତ ସହ ନର୍ଭସ ମଧ୍ୟ ଥିବା ଫ୍ୟାନ୍ସଙ୍କୁ ଜଣାଇଛନ୍ତି। ଆସନ୍ତୁ ଜାଣିବା, କେଉଁ ବଲିଉଡ ହିରୋଇନ କେଉଁ ଦିନ କାନ୍‌ର ରେଡ କାର୍ପେଟରେ ନିଜ ଗ୍ଲାମରସ୍‌ ଲୁକ୍‌ରେ ଦର୍ଶକଙ୍କ ମନ ଜିତିବେ।

କାନ୍‌ ଫେଷ୍ଟିଭାଲ ମ୍ୟାନେଜମେଣ୍ଟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏଠାରେ ରେଡ କାର୍ପେଟରେ ସର୍ବ ପ୍ରଥମେ ଦୀପିକା ଚାଲିବେ। ସେ ଆଜି ଲୋରିୟଲ ବ୍ରାଣ୍ଡ ତରଫରୁ ରେଡ କାର୍ପେଟକୁ ଓହ୍ଲାଇବେ। କିଛି ଦିନ ପୂର୍ବରୁ ଦୀପିକାଙ୍କ ମେଟ ଗାଲା ଲୁକ୍‌ ବି ଖୁବ୍‌ ପ୍ରଶଂସା ସାଉଣ୍ଟିଥିଲା। ଯେଉଁଥିରେ ସେ ବାର୍ବି ଡଲ ମେକଅପ୍‌ରେ ନଜର ଆସିଥିଲେ। ଐଶ୍ଚର୍ଯ୍ୟା ୧୯ ତାରିଖରେ ନିଜ ଜଲୱା ଦେଖାଇବେ। ଯାହାକୁ ତାଙ୍କ ଫ୍ୟାନ୍ସମାନେ ଅନାଇ ବସିଛନ୍ତି।

ସୋନମ ୨୦ ଓ ୨୧ ତାରିଖରେ ନିଜ ଷ୍ଟାଇଲିସ୍‌ ଲୁକ୍‌ ସହ ମିଡ଼ିଆ ସମ୍ମୁଖକୁ ଆସିବେ। ଐଶ୍ଚର୍ଯ୍ୟା, ସୋନମ ଓ ଦୀପିକା ମଧ୍ୟ ଏହି ଫେଷ୍ଟିଭାଲରେ ଲୋରିୟଲ ଇଣ୍ଡିଆର ପ୍ରତିନିଧିତ୍ୱ କରିବେ।  ସେହିପରି କଙ୍ଗନା ଓ ହୁମା ଦ୍ୱିତୀୟ ଥର ଏହି ଫେଷ୍ଟିଭାଲରେ ସାମିଲ ହେଉଥିବା ବେଳେ ସେମାନେ ମଧ୍ୟ ଏଠାରେ ନିଜ ନିଜ ବ୍ରାଣ୍ଡକୁ ରିପ୍ରେଜେଣ୍ଟ କରିବେ।

କଙ୍ଗନା ଏଥିଲାଗି ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସରେ ରହୁଥିବା ଜଣାପଡିଥିବା ବେଳେ ହୁମା ୧୯ କିମ୍ୱା ୨୦ ତାରିଖରେ ରେଡ କାର୍ପେଟରେ ନଜର ଆସିବେ।  ଏଥର ଫେଷ୍ଟିଭାଲରେ ଟେଲି କଳାକାର ହିନା ଖାନ ସାମିଲ ହେଉଛନ୍ତି। ତାଙ୍କ ଅଭିନୀତ ଏକ  କ୍ଷୁତ୍ର ଫିଲ୍ମ ଏହି ଫେଷ୍ଟିଭାଲରେ ପ୍ରଦର୍ଶୀତ ହେବ। ହିନା ୧୭ ତାରିଖରେ ଏଠାରେ ନିଜ ଯାଦୁ ଦେଖାଇବେ।



from Odisha Reporter http://bit.ly/2Yz2dF9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages