
କୋଣାର୍କ(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ଗୋପ ଥାନାର ଆଇଆଇସି ସୌମ୍ୟଜିତ ମିଶ୍ର। ମାମଲା ସମାଧାନ ପାଇଁ ସେ ୩ ହଜାର ଟଙ୍କା ନେବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିବା ସହିତ ଲାଞ୍ଚ ଟଙ୍କା ଜବତ କରିଛନ୍ତି।
ପୁରୀ ଜିଲ୍ଲା ନୂଆଖୋଲମରାର ଓରତଣ୍ଡା ଗାଁରେ ଏକ ବିବାହ ଉତ୍ସବ ବେଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଘଟଣାର ସମାଧାନ ପାଇଁ ଗୋଟିଏ ପକ୍ଷଙ୍କଠାରୁ ଆଇଆଇସି ସୌମ୍ୟଜିତ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ଆଜି ଯୋଜନା ମୁତାକବ ଲାଞ୍ଚ ଟଙ୍କା ଦିଆଯାଉଥିବା ବେଳେ ସାଦା ପୋଷାକରେ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ।
from Odisha Reporter http://bit.ly/2XeMpHK
No comments:
Post a Comment