ମଙ୍ଗୁଳି ଜେନା ହତ୍ୟା ମାମଲାରେ ୫ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 13, 2019

ମଙ୍ଗୁଳି ଜେନା ହତ୍ୟା ମାମଲାରେ ୫ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧାର ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ସିଆଇଡି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଦିବ୍ୟଲୋଚନ ଗଜେନ୍ଦ୍ର, ସୀମାଞ୍ଚଳ ବଡ଼ଜେନା, ପପିନ ଦଳସିଂହରାୟ, ଚନ୍ଦ୍ରକାନ୍ତ ପ୍ରଧାନ ଓ ଇସ୍ପାତ ମହାରଣା।

ସମସ୍ତ ଅଭିଯୁକ୍ତ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳର। ସେମାନଙ୍କ ନାଁରେ ପୂର୍ବରୁ ଏକାଧିକ ମାମଲା ରହିଛି। ଅଧିକ ପଚରାଉଚରା ପାଇଁ ପୁଲିସ୍‌ ସେମାନଙ୍କୁ ରିମାଣ୍ଡରେ ନେଇପାରେ।

ସୂଚନାଯୋଗ୍ୟ,ଏପ୍ରିଲ୍ ୧୪ ତାରିଖ ରବିବାର ରାତିରେ ଖୋର୍ଦ୍ଧା ନବୀନବାଗରେ ଥିବା ବିଜେପି କାର୍ଯ୍ୟାଳୟ ନିକଟରେ ମଙ୍କୁଳି ଜେନାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସେଦିନ ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟ ଓ ମଙ୍ଗୁଳି ମିଳିତ ଭାବେ ନିର୍ବାଚନ ପ୍ରଚାର କରିଥିଲେ। ରାତି ପ୍ରାୟ ୧୧ଟା ୧୫ ସମୟରେ ଉଭୟ ନିଜ ନିଜ ଗାଡ଼ିରେ ଘରକୁ ଯିବାକୁ ବାହାରୁଥିବା ବେଳେ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ମଙ୍ଗୁଳିଙ୍କ ଉପରକୁ ଫାୟାରିଂ କରିଥିଲା। 

ରାଜନୈତିକ ଶତ୍ରୁତା ଯୋଗୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ହତ୍ୟାକାଣ୍ଡ ପଛରେ ବିଜେଡି କର୍ମୀଙ୍କ ହାତ ଥିବା ବିଜେପି ଅଭିଯୋଗ କରିଥିଲା। କିନ୍ତୁ ବିଜେଡି ଏହି ଅଭିଯୋଗକୁ ଖଣ୍ଡନ କରିଥିଲା।



from Odisha Reporter http://bit.ly/2VjUCIQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages