ପୁଣି ଘଡ଼ଘଡି ସହ ବର୍ଷା, ଆତଙ୍କିତ ବାତ୍ୟାବିପନ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 6, 2019

ପୁଣି ଘଡ଼ଘଡି ସହ ବର୍ଷା, ଆତଙ୍କିତ ବାତ୍ୟାବିପନ୍ନ

ଭୁବନେଶ୍ବର(ଓଡ଼ିଶା ରିପୋର୍ଟର): ବାହାରେ ଢୁ ଢୁ ବର୍ଷା। ପବନରେ ଦୋହଲି ଯାଉଛି ଗଛପତ୍ର। ଦଲକାଏ ପବନର ସୁସୁ ଶବ୍ଦ କିନ୍ତୁ ଛାତି ଥରେଇ ଦେଉଛି। ଲୋକେ କହିଥିଲେ, କାଳେ ଫୋନି ଫେରିଛି। ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ କିଛି ଏମିତି ସ୍ଥିତି ପୁଣି ଦେଖିଥିଲା ରାଜଧାନୀ ଭୁବନେଶର। ହେଲା ଭୟଭୀତ ହୋଇପଡିଥିଲେ ଲୋକେ।

ହଠାତ ପବନ ବର୍ଷା ମାଡ଼ି ଆସିବାରୁ ଆତଙ୍କିତ ହୋଇଥିଲେ ବାତ୍ୟାବିପନ୍ନ। ୨ ଦିନ ତଳେ ଫୋନି ଯାହା କ୍ଷତି କରିଛି ସେଥିରୁ ଲୋକେ ମୁକୁଳି ନ ଥିବା ବେଳେ ହଠାତ୍ ଏମିତି ସ୍ଥିତି ଲୋକଙ୍କୁ ଡରାଇ ଦେଇଥିଲା।

ତୁହାକୁ ତୁହା ଘଡଘଡି ମରିଥିଲା। ଏହି ସମୟରେ ପବନର ବେଗ ୪୦ କିମି ପ୍ରତି ଘଣ୍ଟା ବହିଥିଲା। ହେଲେ ମାତ୍ର ଅଧଘଣ୍ଟା ପର. ଆକାଶ ନିର୍ମଳ ହୋଇଯିବାରୁ ଲୋକେ ଆସ୍:ସ୍ଥ ହୋଇଥିଲେ।

ଏହି ଅକସ୍ମାତ ବର୍ଷା ପାଇଁ ଅସହ୍ୟ ଗୁଳୁଗୁଳିରୁ ଲୋକେ ତ୍ରାହି ପାଇଥିଲେ ମଧ୍ୟ ଆଉ ଯଦି ବର୍ଷା ନ ହୁଏ ତେବେ ଗୁଳିଗୁଳି ବଢିବ ବୋଲି କୁହାଯାଉଛି।



from Odisha Reporter http://bit.ly/2Vkz5o4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages