
ନୂଆଦିଲ୍ଲୀ: ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ବାରମ୍ବାର ହିଂସା ଘଟୁଛି। ଏହି କାରଣରୁ ପଶ୍ଚିମବଙ୍ଗରେ କାହିଁକି ଏମିତି ହିଂସା ଘଟୁଛି ବୋଲି ସାରା ଦେଶରେ ଚର୍ଚ୍ଚା ଜାରି ରହିଛି। ହେଲେ ସୁପ୍ରିମକୋର୍ଟ ବେଙ୍ଗଲରେ ଘଟୁଥିବା ହିଂସାକାଣ୍ଡକୁ ଏକ ସାଧାରଣ ଘଟଣା ବୋଲି କହିଛନ୍ତି। ସୁପ୍ରିମକୋର୍ଟ ବେଙ୍ଗଲରେ ଘଟୁଥିବା ହିଂସାକୁ ସାଧାରଣ କଥା ବୋଲି ଅବିହିତ କରିବା ସହ ବିଜେପି ପ୍ରାର୍ଥୀ ଅର୍ଜୁନ ସିଂହଙ୍କୁ ଗିରଫଦାରୀରୁ ମଧ୍ୟ ସୁରକ୍ଷା ଦେଇଛନ୍ତି।
ପଶ୍ଚିମବଙ୍ଗରେ ୭ଟି ପର୍ଯ୍ୟାୟରେ ଭୋଟ୍ ହୋଇଥିବା ବେଳେ ସେଠାରେ ବାରମ୍ବାର ହିଂସାକାଣ୍ଡ ଘଟିଥିଲେ। ଏପରି କି ଅମିତ ଶାହଙ୍କ ରୋଡ୍ ଶୋ’ ବେଳେ ଘଟିଥିବା ହିଂସାକାଣ୍ଡ ପାଇଁ ପ୍ରଚାର କାର୍ଯ୍ୟକୁ ଗୋଟିଏ ଦିନ ଆଗରୁ ବନ୍ଦ କରିଦିଆଯାଇଥିଲା।
ଏଭଳି ହିଂସାକାଣ୍ଡ ଘଟଣାକୁ ନେଇ ପୁଲିସ୍ ବିଜେପି ନେତା ଅର୍ଜୁନ ସିଂହଙ୍କ ନାଁରେ ମାମଲା ରୁଜୁ କରିଥିଲା। ପୁଲିସ୍ ତାଙ୍କୁ ଗିରଫ କରିବାକୁ ଚାହୁଁଥିବା ବେଳେ ସେ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଆଜି ସୁପ୍ରିମକୋର୍ଟ ଏହାର ଶୁଣାଣି କରିବା ସମୟରେ ବେଙ୍ଗଲରେ ହିଂସାକାଣ୍ଡ ଏକ ସାଧାରଣ ଘଟଣା ବୋଲି କହିଥିଲେ। ଏଥିସହ କୋର୍ଟ ଅର୍ଜୁନ ସିଂହଙ୍କୁ ୫ ଦିନ ପାଇଁ ଗିରଫଦାରୀରୁ ସୁରକ୍ଷା ଦେଇଛନ୍ତି। ଏହି ସମୟ ମଧ୍ୟରେ ସେ ଆଗୁଆ ଜାମିନ୍ ପାଇଁ ଆବେଦନ କରିବେ ବୋଲି କୋର୍ଟ କହିଛନ୍ତି। ଅର୍ଜୁନ ସିଂହ ଏକାଧିକ ହିଂସାକାଣ୍ଡରେ ସଂପୃକ୍ତ ଥିବାରୁ ପୁଲିସ୍ ତାଙ୍କ ନାଁରେ ୧୫ଟି ଏଫ୍ଆଇଆର ରୁଜୁ କରିଥିଲା।
from Odisha Reporter http://bit.ly/2JxVQ1t
No comments:
Post a Comment