
ମୁମ୍ବାଇ: ଚ୍ୟାରିଟେବୁଲ ଟ୍ରଷ୍ଟ ନାଁରେ ମୁମ୍ବାଇର ଜଣେ ୫୨ ବର୍ଷୀୟ ବ୍ୟକ୍ତି ଚଳାଇଥିବା ଯୌନ କେଳେଙ୍କାରୀ କରୁଥିବା ଘଟଣା ଏବେ ସାମ୍ନାକୁ ଆସିଛି। ଏହି ୫୨ ବର୍ଷୀୟ ବ୍ୟକ୍ତି ଜଣଙ୍କ ଚ୍ୟାରିଟେବୁଲ ଟ୍ରଷ୍ଟରେ ଜଣେ ୧୯ ବର୍ଷୀୟ ବ୍ରାଜିଲ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସେ ଭାରତକୁ ୟୁଥ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ବିଷୟରେ ପଢ଼ିବା ପାଇଁ ଆସିଥିଲେ। ୫୨ ବର୍ଷୀୟ ପଦ୍ମକର ନାନ୍ଦେକର ଗୋଟିଏ ମାସେ ତଳେ ଛାତ୍ରୀଙ୍କ ସହ ଏଭଳି କରିଥିଲେ। ହେଲେ ଗତ ସୋମବାର ଦିନ ଛାତ୍ରୀ ଜଣଙ୍କ ପଦ୍ମକରଙ୍କ ନାଁରେ ପୁଲିସ୍ ନିକଟରେ ଅଭିଯୋଗ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ପୁଲିସ୍ ଏହି ଘଟଣା ଅଭିଯୁକ୍ତ ପଦ୍ମକରଙ୍କୁ ଗିରଫ କରିଛି।
ଦକ୍ଷିଣ ମୁମ୍ବାଇର କୁଫ୍ ପାରେଡ୍ ଅଞ୍ଚଳରେ ଥିବା ଏକ ରେସିଡେନ୍ସ ଆସୋସିଏସନ୍ର ଅଧ୍ୟକ୍ଷ ହେଉଛନ୍ତି ପଦ୍ମକର। ସେ ଏକ ଚ୍ୟାରିଟେବୁଲ ଟ୍ରଷ୍ଟ ମଧ୍ୟ ଚଳାଉଥିଲେ। ଛାତ୍ରୀ ଜଣଙ୍କ ଚ୍ୟାରିଟେବୁଲ ଟ୍ରଷ୍ଟ ଯୋଗୁ ପଦ୍ମକରଙ୍କ ସହ ଚିହ୍ନା ହୋଇଥିଲେ। ଏପ୍ରିଲ ୧୫ରେ ପଦ୍ମକର ଡିନର ପାଇଁ ଛାତ୍ରୀ ଜଣଙ୍କୁ ଏକ ହୋଟେଲକୁ ଡାକିଥିଲେ। ସେଠାରେ ସେ ତାଙ୍କ ଡ୍ରିଙ୍କ୍ସରେ ନିଶା ମିଶାଇ ଦେଇଥିଲେ। ଅଚେତ୍ ଅବସ୍ଥାରେ ପଦ୍ମକର ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଛାତ୍ରୀ ଜଣଙ୍କ ବାନ୍ଦ୍ରା ଉପକଣ୍ଠରେ ଥିବା ତାଙ୍କ ଚିହ୍ନା ଲୋକଙ୍କ ଘରକୁ ଚାଲି ଯାଇଥିଲେ। ତେବେ କିଛି ଦିନ ଚୁପ୍ ରହିବା ପରେ ସେ ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ।
from Odisha Reporter http://bit.ly/2YAQyWC
No comments:
Post a Comment