
ନୂଆଦିଲ୍ଲୀ: ଆସନ୍ତାକାଲି ଭୋଟ୍ଗଣତିକୁ ନେଇ ଦେଶର ବିଭିନ୍ନ ପ୍ରାନ୍ତରେ ନିର୍ବାଚନ ପରବର୍ତ୍ତୀ ହିଂସାର ସମ୍ଭାବନା ରହିଥିବାରୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରେ ଆଲର୍ଟ ଜାରି କରାଯାଇଛି। କେନ୍ଦ୍ର ଏପରି ଆଡଭାଇଜରୀ ଜାରି କରିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର ଖୁସ୍ୱାହ ଚେତାବନୀ ଦେଇସାରିଛନ୍ତି, ବିହାରରେ ‘ଜନାଦେଶ’କୁ ଚୋରି କରିବାର କୌଣସି ପ୍ରୟାସ ହେଲେ ରକ୍ତପାତ ହେବ। ଏପରିକି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନୈଶ୍ୟଭୋଜି ପରେ କେନ୍ଦ୍ରମନ୍ତ୍ରୀ ରାମ ବିଲାଶ ପାଶ୍ୱାନ ମଧ୍ୟ କହିସାରିଛନ୍ତି କେହି ମଧ୍ୟ ହିଂସାର ପ୍ରୟାସ କଲେ ଯେସାକୁ ତେସା ପଦକ୍ଷେପ ନିଆଯିବ।
କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଆଇନ ଶୃଙ୍ଖଳା, ଶାନ୍ତି ଏବଂ ସୁରକ୍ଷା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛି। ଏତଦ୍ବ୍ୟତୀତ ଷ୍ଟ୍ରଙ୍ଗରୁମ୍ ଏବଂ ଭୋଟ୍ ଗଣତି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ମଧ୍ୟ କୁହାଯାଇଛି।
ଭୋଟ୍ଗଣତି ଦିନ ବିଭିନ୍ନ ସ୍ଥାନରେ ହିଂସା ଏବଂ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି। ପରାଜୟ ପରେ ଏଥିରେ ବ୍ୟଥିତ ଦଳ ଏବଂ କର୍ମୀ ଏଭଳି କିଛି ଘଟଣା ଘଟାଇବାର ସମ୍ଭାବନା ରହିଥିବାରୁ ସତର୍କ ରହିବାକୁ ଏହି ଆଡଭାଇଜରୀ ଜାରି କରାଯାଇଥିବା କୁହାଯାଇଛି।
from Odisha Reporter http://bit.ly/2Eo1Cic
No comments:
Post a Comment