ଜୁନ୍‌ ୬ରେ କେରଳ ଛୁଇଁପାରେ ମୌସୁମୀ, ଚିନ୍ତା ବଢ଼ାଇଲା ପ୍ରାକ୍‌ ମୌସୁମୀ ବର୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 29, 2019

ଜୁନ୍‌ ୬ରେ କେରଳ ଛୁଇଁପାରେ ମୌସୁମୀ, ଚିନ୍ତା ବଢ଼ାଇଲା ପ୍ରାକ୍‌ ମୌସୁମୀ ବର୍ଷା

ନୂଆଦିଲ୍ଲୀ: ମେ’ ୧୮ ତାରିଖରେ ଆଣ୍ଡାମାନ ପହଞ୍ଚିବା ପରେ ଦକ୍ଷିଣ –ପଶ୍ଚିମ ମୌସୁମୀ ବାୟୁ ଏକ ପ୍ରକାରର ଧିମା ହୋଇଯାଇଥିଲା। ଏହା କେବେ କେରଳ ଛୁଇଁବ, ତାକୁ ନେଇ ନାନା ପ୍ରକାରର ଆଶଙ୍କା ପ୍ରକାଶ ପାଇଥିଲା। ତେବେ ମୌସୁମୀ ଆସନ୍ତା ୩ ଦିନ ମଧ୍ୟରେ ପୁଣିଥରେ ସକ୍ରିୟ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

ଆସନ୍ତା ୭୨ ଘଣ୍ଟା ମଧ୍ୟରେ ମୌସୁମୀ ଆଣ୍ଡାମାନ ଓ ଦକ୍ଷିଣ ବଙ୍ଗୋପସାଗରର କିଛି ଅଞ୍ଚଳରେ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯଦି ଏପରି ହୁଏ, ତା’ହେଲେ ଆସନ୍ତା ୬ ତାରିଖ ପରେ ମୌସୁମୀ କେରଳ ଛୁଇଁବ ବୋଲି କୁହାଯାଇଛି। ସେହିପରି କେରଳ ଛୁଇଁବାର ୧୦ରୁ ୧୨ ଦିନ ମଧ୍ୟରେ ମୌସୁମୀ ଓଡ଼ିଶାରେ ତା’ର ପ୍ରଭାବ ବିସ୍ତାର କରିବ।

ଅନ୍ୟପକ୍ଷରେ ଚଳିତ ବର୍ଷ ପ୍ରାକ୍‌ ମୌସୁମୀ ବର୍ଷା ଠିକ୍‌ ଭାବେ ବର୍ଷି ନଥିବାରୁ ଅଧା ଭାରତରେ ମରୁଡ଼ି ପରିସ୍ଥିତି ଏବେଠାରୁ ସୃଷ୍ଟି ହେଲାଣି। ଆଇଆଇଟି ଗାନ୍ଧିନଗର ଦ୍ୱାରା ପରିଚାଳିତ ଆଗୁଆ ମରୁଡ଼ି ସତର୍କ ସୂଚନା ଦେଉଥିବା ସଂସ୍ଥା କହିଛି ଯେ ବର୍ତ୍ତମାନ ପ୍ରାକ୍‌ ମୌସୁମୀ ବର୍ଷାର ଅଭାବ ଯୋଗୁ ଦେଶର ୪୦% ଭାଗରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।

ସଂସ୍ଥାର କହିବା ଅନୁଯାୟୀ, ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ବର୍ଷାକୁ ପ୍ରାକ୍‌ ମୌସୁମୀ ବର୍ଷା କୁହାଯାଏ। ବର୍ତ୍ତମାନ ପ୍ରାକ୍‌ ମୌସୁମୀ ବର୍ଷା ସ୍ୱାଭାବିକ ଠାରୁ ୨୩% କମ୍‌ ବର୍ଷିଛି। ସେହିପରି ଦେଶର ଦୁଇ ତୃତୀୟାଂଶ ଭାଗରେ ଅନାବୃଷ୍ଟି ହୋଇଛି। ତା’ ସାଙ୍ଗକୁ ଦକ୍ଷିଣ ଭାରତରେ ସର୍ବାଧିକ ୪୯% କମ୍‌ ବୃଷ୍ଟିପାତ ହୋଇଛି। ଏବେ ଏହାକୁ ନେଇ ଚାଷୀକୁଳ ଚିନ୍ତାରେ ପଡ଼ିଛି।

ଅନ୍ୟପକ୍ଷରେ ମୌସୁମୀ ଆଗମନ ସମ୍ପର୍କରେ ସୂଚନା ଦେଇ ଭାରତୀୟ ପାଣିପାଗ ବିଭାଗ କହିଛି ଯେ “ମେ’ ୧୮ ତାରିଖରେ ମୌସୁମୀ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଛୁଇଁଥିଲା। ତେବେ ପ୍ରତିକୂଳ ପରିସ୍ଥିତି ଯୋଗୁ ଏହା ଆଗକୁ ବଢ଼ି ପାରି ନଥିଲା। ତେବେ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମୌସୁମୀ ପୁଣି ସକ୍ରିୟ ହେବ।

ଏହାର ପ୍ରଭାବରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତା ଜୁନ୍‌ ୬ ପରେ ମୌସୁମୀ କେରଳ ଛୁଇଁବ। ପ୍ରାଥମିକ ଅବସ୍ଥାରେ ମୌସୁମୀ ଉପରେ ଏଲନିନୋର ପ୍ରଭାବ ରହିବ। କିନ୍ତୁ ଧୀରେଧୀରେ ଏହା ଦୁର୍ବଳ ହୋଇଯିବ। ଏଲ୍‌ନିନୋର ପ୍ରଭାବ ସତ୍ତ୍ୱେ ମୌସୁମୀ ଚଳିତ ବର୍ଷ ସ୍ୱାଭାବିକ ପରିମାଣରେ ବର୍ଷିବ।”

ଅନ୍ୟପକ୍ଷରେ ମୌସୁମୀ କେରଳ ନ ଛୁଇଁବା ଯାଏ ସମଗ୍ର ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏପରି କି କିଛି ସ୍ଥାନରେ ଆସନ୍ତାକାଲି ତାପମାତ୍ରା ବୃଦ୍ଧି ପାଇବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି।



from Odisha Reporter http://bit.ly/2X8Y8HK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages