ପୋଲାଣ୍ଡରେ ସୋଲାଙ୍କି ଓ କୌଶିକ୍ ଜିତିଲେ ସ୍ୱର୍ଣ୍ଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

ପୋଲାଣ୍ଡରେ ସୋଲାଙ୍କି ଓ କୌଶିକ୍ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ପୋଲାଣ୍ଡରେ ଚାଲିଥିବା ୩୬ତମ ଫେଲିକ୍ସ ଷ୍ଟାମ୍ ଇଣ୍ଟରନ୍ୟାଶନାଲ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିବସରେ ଗୌରବ ସୋଲାଙ୍କି ଓ ମନିଷ କୌଶିକ୍ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏଥିସହ ଭାରତ ମୋଟ ୬ ପଦକ ଜିତି ଅଭିଯାନ ଶେଷ କରିଛି। ଭାରତ ଦୁଇ ସ୍ୱର୍ଣ୍ଣ ପଦକ ବ୍ୟତୀତ ଗୋଟିଏ ରୌପ୍ୟ ଓ ତିନୋଟି ବ୍ରୋଞ୍ଜ ପଦକ ସହ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିଲା।

୨୨ ବର୍ଷୀୟ ସୋଲାଙ୍କି (୫୨ କେଜି) ଇଂଲଣ୍ଡର ୱିଲିୟମ୍ କାଉଲେଙ୍କୁ ୫-୦ରେ ହରାଇ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି। ସୋଲାଙ୍କି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କରିଥିବା ପ୍ରଦର୍ଶନ ଏହି ଟୁର୍ଣ୍ଣାମେଣ୍ଟରେ ଦୋହରାଇଥିଲେ। ଗତବର୍ଷ ଇଣ୍ଡିଆ ଓପନରେ ସ୍ୱର୍ଣ୍ଣ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ୨୩ ବର୍ଷୀୟ କୌଶିକ୍ (୬୦ କେଜି)ଙ୍କୁ ମଧ୍ୟ ଅଧିକ କଷ୍ଟ କରିବାକୁ ପଡ଼ିନଥିଲା। ସେ ଫାଇନାଲରେ ମରକ୍କୋର ମହମ୍ମଦ ହମୌତଙ୍କୁ ୪-୧ରେ ହରାଇ ସ୍ୱର୍ଣ୍ଣ ପଦକ କବଜା କରିଥିଲେ।

ତେବେ ବାଣ୍ଟାମୱେଟ୍ ବିଶେଷଜ୍ଞ ମହମ୍ମଦ ହୁସାମୁଦ୍ଦିନ (୫୬ କେଜି) ପୁଣିଥରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ସେ ଫାଇନାଲରେ ରୁଷର ମୁଖାମ୍ମଦ ଶେଖୋଭଙ୍କ ନିକଟରୁ ୧-୪ରେ ହାରିଯାଇଥିଲେ। ଭାରତର ଅନ୍ୟ ତିନିଜଣ ବକ୍ସର ସେମିଫାଇନାଲରେ ହାରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ତଥା ଅର୍ଜୁନ ପୁରସ୍କାର ବିଜେତା ମନଦୀପ ଜାଙ୍ଗରା (୬୯ କେଜି) ରୁଷର ଭାଦିମ୍ ମୁସାଇଭଙ୍କଠାରୁ ୦-୫, ସଞ୍ଜୀତ୍ ନ୍ୟୁଜିଲ୍ୟାଣ୍ଡର ଡେଭିଡ୍ ୟିକାଙ୍କଠାରୁ, ଅଙ୍କିତ୍ ଖାତାନା (୬୪ କେଜି) ୨-୩ରେ ପୋଲାଣ୍ଡର ଡେମିଏନ୍ ଡୁର୍କାଜଙ୍କଠାରୁ ପରାସ୍ତ ହୋଇଥିଲେ।



from Odisha Reporter http://bit.ly/2Lyfo7E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages