ଗଡ଼ଚିରୋଲିରେ ଲ।ଲ୍ ତ।ଣ୍ଡବ, ୧୫ ଯବ।ନ ସହିଦ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ଗଡ଼ଚିରୋଲିରେ ଲ।ଲ୍ ତ।ଣ୍ଡବ, ୧୫ ଯବ।ନ ସହିଦ୍

ଗଡ଼ଚିରୋଲି: ମହ।ର।ଷ୍ଟ୍ରର ଗଡ଼ଚିରୋଲିରେ ନକ୍ସଲମ।ନେ ଘଟ।ଇଥିବ। ଏକ ବଡ଼ ଧରଣର ବିସ୍ଫୋରଣରେ ୧୫ ଜଣ ସୁରକ୍ଷ।କର୍ମୀ ସହିଦ ହୋଇଛନ୍ତି। ଛତିଶଗଡ଼ ସୀମ।ବର୍ତ୍ତୀ ଏହି ନକ୍ସଲପ୍ରବଣ ଅଞ୍ଚଳରେ ଇମ୍ପ୍ରୋଭ।ଇଜଡ୍ ଏକ୍ସପ୍ଲୋସିଭ୍ ଡିଭ।ଇସ୍ (ଆଇଇଡି) ଯୋଗେ ଏଭଳି ଘଟଣ। ଘଟିଥିବ। ଜଣ।ପଡ଼ିଛି। ମୃତ ଯବ।ନମ।ନେ ଗଡ଼ଚିରୋଲି ପୁଲିସର ନକ୍ସଲ ନିରୋଧୀ ବାହିନୀ ସି-୬୦ କମ।ଣ୍ଡୋ ଅଧୀନରେ କ।ର୍ଯ୍ୟ କରୁଥିଲେ ଏବଂ ପ୍ୟାଟ୍ରୋଲିଂ ସମୟରେ ହିଁ ବିସ୍ଫୋରଣ ଘଟିଥିଲ।।

ଗତ ଏପ୍ରିଲ ୧୧ ତ।ରିଖରେ ମଧ୍ୟ ପ୍ରଥମ ପର୍ଯ୍ୟ।ୟ ନିର୍ବ।ଚନ ସମୟରେ ଏକ ପୋଲିଂ ବୁଥ୍ ନିକଟରେ ଏଭଳି ଏକ ବିସ୍ଫେ।ରଣ ଘଟିଥିଲ।। କିନ୍ତୁ ଏହି ଘଟଣ।ରେ କୌଣସି କ୍ଷୟକ୍ଷତି ହୋଇନଥିଲ।। ଏହ।ର ଗୋଟିଏ ଦିନ ପୂର୍ବରୁ ଗଡ଼ଚିରୋଲିଠ।ରେ ଏକ ବିସ୍ଫୋରଣରେ ଜଣେ ସିଆରପିଏଫ୍ ଯବ।ନ ଗୁରୁତର ଭାବରେ ଆହତ ହୋଇଥିଲେ।

ଅନ୍ୟ ପକ୍ଷରେ ଆଜି ସକ।ଳେ ଗଡ଼ଚିରୋଲି ଜିଲ୍ଲ।ର କୁରଖେଡ଼। ଜିଲ୍କ।ରେ ନକ୍ସଲମ।ନେ ସଡ଼କ ନିର୍ମ।ଣରେ ନିୟୋଜିତ ୨୭ଟି ଗ।ଡ଼ି ଓ ମେସିନ୍ ପୋଡ଼ିଦେଇଥିଲେ। ଏଗୁଡ଼ିକ ର।ସ୍ତ।କଡ଼ରେ ହିଁ ପ।ର୍କିଂ କର।ଯ।ଇଥିଲ। ଏବଂ ନକ୍ସଲମ।ନେ କିରୋସିନ୍ ଓ ଡିଜେଲ ଢ।ଳି ଏହି ଗ।ଡ଼ିଗୁଡ଼ିକ ପୋଡ଼ିଦେଇଥିଲେ।

ମହ।ର।ଷ୍ଟ୍ରରେ ଆଜି ଦୁଇ ଦୁଇଟି ଏଭଳି ଘଟଣ। ଘଟିଛି, ଯେତେବେଳେ କି ର।ଜ୍ୟ ଏହ।ର ପ୍ରତିଷ୍ଠ। ଦିବସ ପ।ଳନ କରୁଛି। ଗତ ବର୍ଷ ଏପ୍ରିଲ ୨୨ରେ ସୁରକ୍ଷ। କର୍ମୀଙ୍କ ଘନ ଘନ ଆକ୍ରମଣରେ ୪୦ ଜଣ ନକ୍ସଲଙ୍କ ହତ୍ୟାର ବିରୋଧରେ ସେମ।ନେ ଏକ ସପ୍ତ।ହ ବ୍ୟ।ପୀ ବିରୋଧ ପ।ଳନ ଅବସରରେ ଏହି ଆକ୍ରମଣ କର।ଯ।ଇଥିବ। କୁହ।ଯ।ଉଛି। ଦୁଇଟି ନକ୍ସଲ ଦଲମ୍ ବ। ଦଳ ଭେଟ ହେବ।କୁ ନେଇ ଗୁଇନ୍ଦ। ସୂଚନ। ଆଧ।ରରେ ଗଡ଼ଚିରୋଲି ପୁଲିସର ସି-୬୦ କମ।ଣ୍ଡୋ ଏହି ଅପରେସନ୍ କରିଥିଲ।।



from Odisha Reporter http://bit.ly/2IU7FyE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages