ରିଲିଫ୍‌ ଦାବିରେ ରାସ୍ତାକୁ ଓହ୍ଲାଇଲେ ବାତ୍ୟା ବିପନ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ରିଲିଫ୍‌ ଦାବିରେ ରାସ୍ତାକୁ ଓହ୍ଲାଇଲେ ବାତ୍ୟା ବିପନ୍ନ

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ବାତ୍ୟା ଫୋନି ତାଣ୍ଡବର ୪ ଦିନ ପରେ ମଧ୍ୟ ମିଳିନି ବିପନ୍ନଙ୍କୁ ସହାୟତା। ପ୍ରତିବାଦରେ ଆଜି ଜଗତସିଂହପୁର ରଘୁନାଥପୁର ବ୍ଲକ ଜୟଶୋଳ ଓ ତରିକୁନ୍ଦ ଅଂଚଳର ଲୋକେ କାଦରପୁର- ମାଛଗାଁ ରାସ୍ତାର ଧନିପୁରଠାରେ ରାସ୍ତାରୋକ କରିଥିଲେ। ଶତାଧିକ ସଂଖ୍ୟାରେ ଲୋକେ ଏକାଠି ହୋଇ ସହାୟତା ପ୍ରଦାନ ପାଇଁ ଦାବି କରିଥିଲେ। ବାତ୍ୟା ପରେ ଗୋଟିଏ ଦିନ ରନ୍ଧାଖାଦ୍ୟ  ଦିଆଯାଇଥିଲା। ତା’ପରେ ଆଉ କୌଣସି ସାହାଯ୍ୟ  ଦିଆଯାଇନଥିବା ଅଭିଯୋଗ କରିଛନ୍ତି ଲୋକେ। ଲୋକଙ୍କୁ ରିଲିଫ୍ ଯୋଗାଇଦେବା ସହ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି।

ଜଣେ ବାତ୍ୟା ବିପନ୍ନ କହିଛନ୍ତି,“ବାତ୍ୟା ପାଇଁ ଗୋଟିଏ ଦିନ ରନ୍ଧାଖାଦ୍ୟ ଦିଆଯାଇଥିଲା। ତା’ପରେ ପ୍ରଶାସନ ଏଠାକୁ ଆସିନାହିଁ। ଲୋକଙ୍କୁ ପଲିଥିନ ଓ ଶୁଖିଲା ଖାଦ୍ୟ ଦିଆଯାଇ ନାହିଁ। ଲୋକେ ବହୁ ଦୁଃଖ ଓ କଷ୍ଟରେ ରହିଛନ୍ତି। ବିଡିଓଙ୍କୁ ଗୁହାରି କଲେ ସେ ଶୁଣୁ ନାହାନ୍ତି। ଆମେ ଦାବି କରୁଛି ପ୍ରଶାସନ ଆମ ଅଞ୍ଚଳକୁ ଆସି ସର୍ଭେ କରନ୍ତୁ। ଯାହାର ଘର ଭାଙ୍ଗିଛି ତାଙ୍କୁ ଟଙ୍କା ଦିଆଯାଉ। ଏହାସହ ଲୋକଙ୍କୁ ପଲିଥିନ୍‌ ଓ ଶୁଖିଲା ଖାଦ୍ୟ ଦିଆଯାଉ।”



from Odisha Reporter http://bit.ly/2WrY0CR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages