ୟୁପିଏ ସମୟରେ ହୋଇନଥିଲା ସର୍ଜିକାଲ ଷ୍ଟ୍ରାଇକ୍‌: ଆରଟିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ୟୁପିଏ ସମୟରେ ହୋଇନଥିଲା ସର୍ଜିକାଲ ଷ୍ଟ୍ରାଇକ୍‌: ଆରଟିଆଇ

ନୂଆଦିଲ୍ଲୀ: ୟୁପିଏ ସରକାରଙ୍କ ଶାସନ ସମୟରେ ତ ଦୂରର କଥା ୨୦୧୬ ମସିହା ପୂର୍ବରୁ କେବେ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକ୍‌ ହୋଇନଥିବା ଆରଟିଆଇ ସୂତ୍ରରୁ ଜଣାପଡ଼ିଛି। ଜମ୍ମୁଭିତ୍ତିକ ଜଣେ ଆରଟିଆଇ କର୍ମୀ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଏହି ତଥ୍ୟ ହାସଲ କରିଛନ୍ତି। ଫଳରେ ୟୁପିଏ ସରକାରରେ ମଧ୍ୟ ଏକାଧିକ ସର୍ଜିକାଲ ଷ୍ଟ୍ରାଇକ୍‌ ହୋଇଥିଲା ବୋଲି ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ବେଶ୍‌ କିଛି କଂଗ୍ରେସ ନେତା କରିଆସୁଥିବା ଦାବିକୁ ଶେଷରେ ଝଟ୍‌କା ଲାଗିଛି।

ପୂର୍ବରୁ କଂଗ୍ରେସ ପକ୍ଷରୁ ବିଭିନ୍ନ ନେତା ଦାବି କରିଆସୁଥିଲେ ୟୁପିଏ ସରକାରରେ ୬ଟି ସର୍ଜିକାଲ ଷ୍ଟ୍ରାଇକ୍‌ ହୋଇଥିଲେ ମଧ୍ୟ କେବେହେଲେ ଏହା ଆଧାରରେ ଭୋଟ୍‌ ମଗାଯାଇନି। ଏହାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ତେବେ ବର୍ତ୍ତମାନ ଆସିଥିବା ତଥ୍ୟ ଅନୁଯାୟୀ ଉତ୍ତର କଶ୍ମୀରର ‘ଉରି’ଠାରେ ବୃହତ୍‌ ଆତଙ୍କୀ ହମ୍‌ଲା ପରେ ୨୦୧୬ ମସିହାରେ ଭାରତୀୟ ସେନା ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପାଖରେ ତଥ୍ୟ ରହିଛି।

ଜମ୍ମୁର ରୋହିତ ଚୌଧୁରୀ ୨୦୦୪ ମସିହାରୁ ୨୦୧୪ ମସିହା ମଧ୍ୟରେ ସର୍ଜିକାଲ ଷ୍ଟ୍ରାଇକ୍‌ ବାବଦରେ ତଥ୍ୟ ମାଗିଥିଲେ। ଏହାର ଉତ୍ତରରେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏଲ୍‌ଓସି ଅତିକ୍ରମ କରି ସର୍ଜିକାଲ ଷ୍ଟ୍ରାଇକ୍‌ କରିବା ଭଳି ଘଟଣା କେବଳ ୨୦୧୬ ମସିହା ସେପ୍ଟେମ୍ବର ୨୯ ତାରିଖରେ ଘଟିଛି।

୨୦୧୮ ମସିହାରେ ଏହି ତଥ୍ୟ ପାଇଁ ଆବେଦନ କରିଥିବା ରୋଡିତ ଚୌଧୁରୀ କୁହନ୍ତି, କଂଗ୍ରେସ ଲୋକଙ୍କୁ ମିଛ କହୁଛି। ୟୁପିଏ ଶାସନ କାଳରେ ଏପରି କୌଣସି ସର୍ଜିକାଲ ଷ୍ଟ୍ରାଇକ୍‌ ହୋଇନାହିଁ।

ଗତ ଶନିବାର ହିଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମାଲୋଚନା କରି କହିଥିଲେ, ମୋଦି କହୁଛନ୍ତି ୟୁପିଏ ବେଳର ସର୍ଜିକାଲ ଷ୍ଟ୍ରାଇକ୍‌ ଭିଡିଓ ଗେମ୍‌ରେ ହିଁ ସୀମିତ ଥିଲା। ଏପରି କହି ସେ ସେନାର ଅପମାନ କରିଛନ୍ତି। ସେନା ମୋଦିଙ୍କ ବ୍ୟକ୍ତିଗତ ସମ୍ପତ୍ତି ନୁହେଁ। ସର୍ଜିକାଲ ଷ୍ଟ୍ରାଇକ୍‌ କଂଗ୍ରେସ ନୁହେଁ ସେନା କରିଥିଲା। ଏ ବାବଦରେ ରେକର୍ଡ ମଧ୍ୟ ରହିଛି।

ଗତ କିଛି ଦିନ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ କହିଥିଲେ, ୟୁପିଏ ସରକାର ୨୦୧୧ ମସିହାରେ ଏକ ସର୍ଜିକାଲ ଷ୍ଟ୍ରାଇକ୍‌ କରାଇଥିଲେ ଯାହାର ନାଁ ଥିଲା ଅପରେସନ୍‌ ଜିଞ୍ଜର। ଶିବଲ କହିଥିଲେ, ଆମେ କହିବାକୁ ଚାହୁଁଛୁ ସର୍ଜିକାଲ ଷ୍ଟ୍ରାଇକ୍‌ ଉତ୍ସବ ପାଇଁ ନୁହେଁ। ଏହା ଏକ ଅପରେସନ୍‌ ଯାହାକି ଆମ ଦେଶ ଓ ସୀମାକୁ ସୁରକ୍ଷିତ ରଖିଥାଏ।



from Odisha Reporter http://bit.ly/2DVbWOe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages