ରାସ୍ତା ଦୁର୍ଘଟଣାରେ ଚାଲିଗଲେ ଦୁଇ ଭଉଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ରାସ୍ତା ଦୁର୍ଘଟଣାରେ ଚାଲିଗଲେ ଦୁଇ ଭଉଣୀ

କେନ୍ଦ୍ରାପଡ଼ା (ଅତୁଲ୍ୟ କୁମାର ବାଉତ): ସ୍କୁଟିରେ ଯାଉଥିବା ଦୁଇ ଭଉଣୀଙ୍କୁ ଗୋଟିଏ ବସ୍‌ ପିଟିଦେବା ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଛି। ସ୍କୁଟି ଚଳାଉଥିବା ଅନ୍ୟ ଜଣେ ଗୁରୁତର ଆହତ ହୋଇ କଟକ ବଡ଼ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦ୍ରାପଡ଼ା ଛଅଘରିଆ ଛକରେ ଘଟିଛି।

ପୂରା ଘଟଣା ଏମିତି। ମାର୍ଶାଘାଇ ଥାନା ଅନ୍ତେଇ ଗାଁର ଦୁଇ ଭଉଣୀ ପ୍ରଜ୍ଞା ପରିମିତା ପାଳ ଓ ପ୍ରତିଜ୍ଞା ପାଳ ସେମାନଙ୍କ ସମ୍ପର୍କୀୟ ରଶ୍ମିରଞ୍ଜନ ସାମନ୍ତରାୟଙ୍କ ସ୍କୁଟିରେ ଚଣ୍ଡିଖୋଲ-ପାରାଦୀପ ଏନ୍‌ଏଚ୍‌ରେ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିଲେ। ଛଅ ଘରିଆ ଛକରେ ରଙ୍ଗ ରୁଟ୍‌ରେ ଆସୁଥିବା ଏକ ବସ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ରଶ୍ମିରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଅନ୍ୟପକ୍ଷରେ ସ୍କୁଟିକୁ ଧକ୍କା ଦେଇଥିବା ବସ୍‌ର ଡ୍ରାଇଭର ଥାନାରେ ଆତ୍ମସମର୍ପଣ କରିଛି।



from Odisha Reporter http://bit.ly/2JR06sd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages