ସନ୍ନ୍ୟାସ ପରେ କ’ଣ କରିବେ ଧୋନି, ଭିଡିଓ ଜରିଆରେ କଲେ ଖୁଲାସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ସନ୍ନ୍ୟାସ ପରେ କ’ଣ କରିବେ ଧୋନି, ଭିଡିଓ ଜରିଆରେ କଲେ ଖୁଲାସା

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଲୋକପ୍ରିୟ ଏବଂ ପ୍ରଶଂସକଙ୍କ ପସନ୍ଦର କ୍ରିକେଟରଙ୍କ ମଧ୍ୟରୁ ଅନ୍ୟତମ ମହେନ୍ଦ୍ର ସିଂହ ଧୋନି ସନ୍ନ୍ୟାସ ପରେ କ’ଣ କରିବେ? ଟିମ୍ ଇଣ୍ଡିଆର ସର୍ବକାଳୀନ ମହାନ ଅଧିନାୟକ ମଧ୍ୟରୁ ଅନ୍ୟତମ ଧୋନି ନିଜ କ୍ୟାରିୟରର ଅନ୍ତିମ ପର୍ଯ୍ୟାୟରେ ଅଛନ୍ତି ଏବଂ ଏହା ସତ୍ତ୍ୱେ ସେ ଫ୍ୟାନଙ୍କ ସବୁଠାରୁ ପ୍ରିୟ ଖେଳାଳି। ଧୋନି ବର୍ତ୍ତମାନ ୨୦୧୯ ବିଶ୍ୱକପ୍ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ଏବଂ ସେ ଦେଶକୁ ତୃତୀୟଥର ଚାମ୍ପିଅନ୍ କରାଇବା ପାଇଁ ଆଶା ରଖିଛନ୍ତି।

ବିଶ୍ୱକପ୍ ପରେ ହୁଏତ ଧୋନି କ୍ରିକେଟକୁ ଅଲବିଦା କହିଦେବେ। ତେବେ ଅବସର ପରେ ଧୋନି କ’ଣ କରିବେ, ତାହା ସେ ଏକ ଭିଡିଓ ଜରିଆରେ କହିଛନ୍ତି। ଏହି ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ଧୋନି କହିଛନ୍ତି, ମୁଁ ସମସ୍ତଙ୍କ ସହ ଏକ ସିକ୍ରେଟ୍ ଶେୟାର କରିବାକୁ ଚାହୁଁଛି।

ପିଲାଦିନରୁ ହିଁ ମୁଁ ଏକ ଆର୍ଟିଷ୍ଟ ହେବାକୁ ଚାହୁଁଥିଲି। ମୁଁ ଅନେକ କ୍ରିକେଟ୍ ଖେଳିସାରିଲିଣି ଏବଂ ଏବେ ମୁଁ ନିଷ୍ପତ୍ତି ନେଇଛି ଯେ, ପିଲାଦିନର ସେହି ଇଚ୍ଛାକୁ ପୂରଣ କରିବି। ଏଥିପାଇଁ ମୁଁ କିଛି ପେଣ୍ଟିଂ କରିଛି, ଆଶା କରୁଛି ଏହା ସମସ୍ତଙ୍କୁ ଭଲ ଲାଗିବ। ତେବେ ଅବସର ପରେ ମୁଁ ସମ୍ପୂର୍ଣ୍ଣ ଭାବେ ପେଣ୍ଟିଂରେ କ୍ୟାରିୟର ଗଢ଼ିବାକୁ ଚାହୁଁଛି ବୋଲି ଧୋନି ପ୍ରକାଶ କରିଛନ୍ତି।

ଦେଖନ୍ତୁ ଭିଡିଓ

ସୂଚନାଯୋଗ୍ୟ, ୩୮ ବର୍ଷୀୟ ଧୋନି ଶୀର୍ଷରେ ରହି କ୍ରିକେଟରୁ ସନ୍ନ୍ୟାସ ନେବାକୁ ଚାହାନ୍ତି। ଭାରତୀୟ କ୍ରିକେଟର ସବୁଠାରୁ ଶ୍ରେଷ୍ଠ ଅଧିନାୟକ ଭାବେ ଧୋନି ଆଇସିସିର ତିନୋଟି ଟ୍ରଫି (ଟି-୨୦ ବିଶ୍ୱକପ୍, ଦିନିକିଆ ବିଶ୍ୱକପ୍ ଏବଂ ଚାମ୍ପିଅନ୍ସ ଟ୍ରଫି) ଜିତିଛନ୍ତି। ତାଙ୍କ ନେତୃତ୍ୱରେ ମଧ୍ୟ ଭାରତ ପ୍ରଥମଥର ପାଇଁ ଟେଷ୍ଟରେ ଏକ ନମ୍ବର ଟିମ୍ ହୋଇଥିଲା।



from Odisha Reporter http://bit.ly/2YICKcL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages