ଈଶାନ୍ତ ଶର୍ମା ବିଶ୍ୱକପ୍‌ ପାଇଁ ଷ୍ଟାଣ୍ଡବାଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ଈଶାନ୍ତ ଶର୍ମା ବିଶ୍ୱକପ୍‌ ପାଇଁ ଷ୍ଟାଣ୍ଡବାଏ

ନୂଆଦିଲ୍ଲୀ: ଆଇପିଏଲ୍‌ ୧୨ରେ ଦମଦାର ପ୍ରଦର୍ଶନ କରିବା ଈଶାନ୍ତ ଶର୍ମାଙ୍କ ବିଶ୍ୱକପ୍‌ ଖେଳିବା ଆଶାକୁ ବଢ଼ାଇ ଦେଇଛି। ତାଙ୍କୁ ବିସିସିଆଇ ପକ୍ଷରୁ ଭାରତୀୟ ଟିମ୍‌ରେ ଷ୍ଟାଣ୍ଡବାଏ ଖେଳାଳି ଭାବେ ସଂରକ୍ଷିତ ରଖାଯାଇଛି। ପୂର୍ବରୁ ଈଶାନ୍ତ ଶର୍ମାଙ୍କୁ ବିଶ୍ୱକପ୍‌ ଟିମ୍‌ ଚୟନ ବେଳେ ବିଚାରକୁ ନିଆଯାଇ ନଥିଲା। ହେଲେ ଏବେ ତାଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ବିସିସିଆଇ ତା’ର ମୁଡ୍‌ ବଦଳାଇଛି।

ପୂର୍ବରୁ ବିଶ୍ୱକପ୍‌ର ଷ୍ଟାଣ୍ଡବାଏ ଖେଳାଳି ଭାବେ ବିସିସିଆଇ ରିଷଭ ପନ୍ତ, ଅମ୍ବାତି ରାୟୁଡୁ ଓ ନଭଦୀପ ସାଇନିଙ୍କୁ ରଖିଥିଲା। ଏବେ ୪ର୍ଥ ଖେଳାଳି ଭାବେ ଈଶାନ୍ତ ଶର୍ମାଙ୍କୁ ସାମିଲ କରାଯାଇଛି।
ବସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, “ବିଶ୍ୱକପ୍‌ ଟିମ୍‌ରେ ଥିବା କୌଣସି ଦ୍ରୁତ ବୋଲର ଆହତ ହେଲେ ଷ୍ଟାଣ୍ଡବାଏରେ ଥିବା ଖେଳାଳିଙ୍କୁ ସ୍କ୍ୱାଡ୍‌ରେ ସାମିଲ କରାଯିବ। ଦ୍ରୁତ ବୋଲର ତାଲିକାରେ ଆମର ପ୍ରଥମ ପସନ୍ଦ ନଭଦୀପ ସାଇନି ଅଛନ୍ତି। ଈଶାନ୍ତ ଦ୍ୱିତୀୟ ବିକଳ୍ପ ଖେଳାଳି ଭାବେ ମଧ୍ୟ ଆମ ପାଖରେ ରହିଛନ୍ତି। ଈଶାନ୍ତ ଇଂଲିଶ କଣ୍ଡିସନ୍‌ରେ ଭଲ ପ୍ରଦର୍ଶନ କରିପାରିବେ ବୋଲି ଆମର ଆଶା।”

ଈଶାନ୍ତ ଶର୍ମା ଚଳିତ ଆଇପିଏଲ୍‌ରେ ୧୦ଟି ମ୍ୟାଚ୍‌ରୁ ୧୦ଟି ୱିକେଟ୍‌ ନେଇଛନ୍ତି। ସେହିପରି ୮୦ଟି ଦିନିକିଆରେ ସେ ୧୧୫ଟି ୱିକେଟ୍‌ ଦଖଲ କରିଛନ୍ତି।



from Odisha Reporter http://bit.ly/2H9vW0m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages