ପ୍ରକାଶ ପାଇଲା ଆସିଏସ୍‌ଇ ଓ ଆଇଏସ୍‌ସି ପରୀକ୍ଷା ଫଳାଫଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ପ୍ରକାଶ ପାଇଲା ଆସିଏସ୍‌ଇ ଓ ଆଇଏସ୍‌ସି ପରୀକ୍ଷା ଫଳାଫଳ

ନୂଆଦିଲ୍ଲୀ: କାଉନ୍‌ସିଲ ଫର ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍ଜାମିନେସନ୍‌ (ସିଆଇଏସ୍‌ସିଇ) ପରିଚାଳିତ ଦୁଇ ପରୀକ୍ଷା ଆସିଏସ୍‌ଇ (ଦଶମ) ଓ ଆଇଏସ୍‌ସିର ଫଳାଫଳ ପ୍ରକାଶ ପାଇଛି। ଏହା ବର୍ତ୍ତମାନ ସ୍କୁଲ ଏଜୁକେଶନ୍‌ ବୋର୍ଡର ଅଫିସିଆଲ ୱେବସାଇଟ୍‌ cisce.org ରେ ଉପଲବ୍ଧ ହେଉଛି। ଏତଦ୍‌ବ୍ୟତୀତ ଏହା ବର୍ତ୍ତମାନ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଉପଲବ୍ଧ ହେଉଛି।

ଏହି ବୋର୍ଡ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ମୁମ୍ବାଇର ଜୁହି ରୂପେଶ କାଜାରିଆ ଏବଂ ପଞ୍ଜାବର ମୁକ୍ତଶର ଅଞ୍ଚଳର ମନ୍‌ହର ବଂଶଲ ୯୯.୬୦% ମାର୍କ ରଖି ଟପ୍ପର ହୋଇଛନ୍ତି। ସେହିଭଳି ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ କୋଲକତାର ଦେୱାଙ୍ଗ କୁମାର ଅଗ୍ରୱାଲ ଏବଂ ବେଙ୍ଗାଲୁରୁର ବିଭା ସ୍ୱାମୀନାଥନ୍‌ ୧୦୦% ମାର୍କ ରଖି ଯୁଗ୍ମ ଭାବରେ ଟପ୍ପର ହୋଇଛନ୍ତି। ଆଇଏସ୍‌ସିର ଇତିହାସରେ ସେମାନେ ପ୍ରଥମ ଥର ପାଇଁ ଶତପ୍ରତିଶତ ମାର୍କ ରଖିବାରେ ସଫଳ ହୋଇଛନ୍ତି।

ଦ୍ୱାଦଶ ଶ୍ରେଣୀ ପାଇଁ ଗତ ଫେବୃଆରୀ ୪ ତାରିଖରେ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୫ରେ ସରିଥିଲା। ଅନ୍ୟପକ୍ଷରେ ଦଶମ ଶ୍ରେଣୀ ପରୀକ୍ଷା ବା ଆସିଏସ୍‌ଇ ପରିଚାଳିତ ପରୀକ୍ଷା ଫେବୃଆରୀ ୨୨ରୁ ଆରମ୍ଭ ହୋଇ ଚଳିତ ବର୍ଷ ମାର୍ଚ୍ଚ ୨୫ ଯାଏ ଚାଲୁ ରହିଥିଲା।

୯୮.୫୪% ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୯୬.୫୨% ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।



from Odisha Reporter http://bit.ly/2Yhw4Cd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages