ମ୍ୟାଟ୍ରିକ ପରୀକ୍ଷାଫଳ: ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଲେ ଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ମ୍ୟାଟ୍ରିକ ପରୀକ୍ଷାଫଳ: ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଲେ ଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇଛି ମ୍ୟାଟ୍ରିକ ପରୀକ୍ଷାଫଳ। ଏଥର ପାସ୍‌ ହାର ୭୦.୭୮ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ। ତେବେ ଗତବର୍ଷ ତୁଳନାରେ ଏଥର ପାସ ହାର ପ୍ରାୟ ୬ ପ୍ରତିଶତ କମିଛି।

ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷାରେ A1 ଗ୍ରେଡରେ ୧ ହଜାର ୧୮୧, A2ରେ ୯ହଜାର ୯୩୮ ଓ B1ରେ ୨୪ ହଜାର ୯୯୧ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି B2 ଗ୍ରେଡରେ ୪୬ ହଜାର ୩୧୯, C ରେ ୭୬ହଜାର ୧୩୯ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗତବର୍ଷ ତୁଳନାରେ ଏଥର ପାସ୍ ହାର ପାଖାପାଖି ୬ ପ୍ରତିଶତ କମିଛି। ଏବର୍ଷ ମୋଟ୍ ୩ ଲକ୍ଷ ୯୭ ହଜାର ୧୨୫ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେଥିରୁ ୨ ଲକ୍ଷ ୫ ହଜାର ଛାତ୍ରୀ ଥିବାବେଳେ ୧ ଲକ୍ଷ ୯୧ ହଜାର ୬୫୫ ଛାତ୍ର ଅଛନ୍ତି। ଅର୍ଥାତ୍ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ। ଝାରସୁଗୁଡ଼ା ଜିଲ୍ଲାରେ ସର୍ବାଧିକ ପାସ୍ ହାର ୮୫. ୪୮ ପ୍ରତିଶତ ରହିଥିବା ବେଳେ କୋରାପୁଟରେ ପାସ୍ ହାର ସର୍ବନିମ୍ନ ୫୦.୬୧ ପ୍ରତିଶତ ରହିଛି।

ଅନ୍ୟପକ୍ଷେ, ଏଥର ମଧ୍ୟମାରେ ପାସ୍ ହାର ୮୪. ୬୨ ପ୍ରତିଶତ ରହିଛି। ଏବର୍ଷ ୮୨ଟି ସ୍କୁଲରେ ରେଜଲ୍ଟ ଶୂନ ରହିଛି। ଫଳାଫଳ ପ୍ରକାଶ ପରେ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ଯେଉଁ ସ୍କୁଲ୍‌ରେ ରେଜଲ୍ଟ ଖରାପ ହୋଇଛି, ତାର ସମୀକ୍ଷା ହେବ। ରେଜଲ୍ଟ ଖରାପ ଥିବା ସ୍କୁଲରେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସେପଟେ ଏଥର ମ୍ୟାଟ୍ରିକ ପରୀକ୍ଷା ବେଳେ ମାଲକାନଗିରି ଜିଲ୍ଲା ପଡ଼ିଆ SSV ହାଇସ୍କୁଲର OMR ଶିଟ୍ ହଜି ଯାଇଥିଲା। ୧୦୮ଟି ଓଏମ୍ଆର୍ ଶିଟ୍ ଚୋରି ଘଟଣାରେ ପରୀକ୍ଷା କମିଟିର ସୁପାରିସ ଅନୁସାରେ ଏକ ସ୍ୱତନ୍ତ୍ର ଫର୍ମୁଲା ଅନୁଯାୟୀ ସେହି ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରୋସେସ୍ କରାଯାଇଥିବା ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଜାହାନ ଆରା ବେଗମ।

ସେହିପରି ଯେଉଁ ୩ଟି ସ୍କୁଲରେ କପି ପାଇଁ ଇଂରାଜୀ ପରୀକ୍ଷା ସମୂହ ବାତିଲ ହୋଇଥିଲା, ସେଠାରେ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ ବୋଲି ନିଷ୍ପତ୍ତି ହୋଇଛି। ତା’ଛଡ଼ା ଆସନ୍ତା ୨୪ ତାରିଖରୁ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ସେମାନଙ୍କ ମୂଲ୍ୟାୟନ ଯାଞ୍ଚ ପାଇଁ ଆବେଦନ କରିପାରିବେ। ଏଥିପାଇଁ ୧୦ ଦିନ ପାଇଁ ଅନ୍‌ଲାଇନ ଯୋଗେ ଆବେଦନର ସମୟ ଧାର୍ଯ୍ୟ କରାଯାଇଛି।

ଗତବର୍ଷ ଭଳି ଏଥର ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ସରସ୍ୱତୀ ଶିଶୁ ମନ୍ଦିରର ପରୀକ୍ଷା ଫଳ ଭଲ ରହିଛି। ଗଞ୍ଜାମ ଜିଲ୍ଲାରେ ଏ-ଓ୍ୱାନ୍ ପିଲାଙ୍କ ସଂଖ୍ୟା ୧୭୦ ରହିଥିବା ବେଳେ କେବଳ ବ୍ରହ୍ମପୁର ନୀଳକଣ୍ଠନଗର ଶିଶୁ ମନ୍ଦିରର ୫୬ ଜଣ ଛାତ୍ରଛାତ୍ରୀ ଅଛନ୍ତି। ସେହି ସ୍କୁଲର ଛାତ୍ରୀ ଗାୟତ୍ରୀ ପାଢ଼ୀ ୫୬୯ ମାର୍କ ରଖି ଟପ୍ପର ହୋଇଛନ୍ତି।



from Odisha Reporter http://bit.ly/2JU0Mxi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages