
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଉପରେ ରହିଛି। ୪୫ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ରହିଛି।
ସେହିପରି ଝାରସୁଗୁଡ଼ାରେ ୪୩.୮ ଡିଗ୍ରୀ, ବଲାଙ୍ଗିରରେ ୪୩.୬ ଡିଗ୍ରୀ, ସମ୍ବଲପୁରରେ ୪୩.୪ ଡିଗ୍ରୀ, ସୋନପୁରରେ ୪୩.୨ ଡିଗ୍ରୀ, ଭବାନୀପାଟଣାରେ ୪୩ ଡିଗ୍ରୀ, ତାଳଚେରରେ ୪୨.୫ ଡିଗ୍ରୀ, ହୀରାକୁଦରେ ୪୨.୪ ଡିଗ୍ରୀ, ସୁନ୍ଦରଗଡ଼ ଓ ମାଲକାନଗିରିରେ ୪୨ ଡିଗ୍ରୀ, ଅନୁଗୋଳରେ ୪୦.୭ ଡିଗ୍ରୀ, ଭୁବନେଶ୍ୱରରେ ୩୭ ଡିଗ୍ରୀ ଓ କଟକର ତାପମାତ୍ର ୩୬.୮ ଡିଗ୍ରୀ ରହିଛି। କିନ୍ତୁ ଟ୍ୱିନ ସିଟିରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି।
ଦିନକୁ ଦିନ ତାତି ବଢ଼ୁଥିବାରୁ ଉପକୂଳ ସମେତ ପଶ୍ଚିମ ଓଡ଼ିଶାରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଦିନ ୧୦ଟା ବେଳକୁ ରାସ୍ତାଘାଟ ଶୂନ୍ଶାନ ହୋଇଯାଉଛି। ଲୋକେ ଘରୁ ବାହାରିବା ସୁରକ୍ଷିତ ମଣୁନାହାନ୍ତି। ସ୍ଥିତିକୁ ନଜରରେ ରଖି ଆସନ୍ତା କାଲି ପର୍ଯ୍ୟନ୍ତ ୧୦ଟି ଜିଲ୍ଲା ପାଇଁ ସମ୍ଭାବ୍ୟ ହିଟ୍ ୱେଭ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
from Odisha Reporter http://bit.ly/2M2a8JU
No comments:
Post a Comment