ଟସ୍‌ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ଟସ୍‌ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୧୯ର ଏଲିମିନେଟର୍‌ରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି।

ଦିଲ୍ଲୀ ପକ୍ଷରୁ କଲିନ୍‌ ଇମଗ୍ରାମ ଆଜି ଖେଳୁ ନାହାନ୍ତି। ତାଙ୍କ ବଦଳରେ କଲିନ୍‌ ମନରୋ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ସେହିପରି ହାଇଦ୍ରାବାଦ୍‌ ତା’ର ଚୂଡ଼ାନ୍ତ ଏକାଦଶରୁ ୟୁସୁଫ ପଠାନ୍‌ଙ୍କୁ ବାଦ୍‌ ଦେଇଛି। ତାଙ୍କ ବଦଳରେ ଦୀପକ ହୁଡାଙ୍କୁ ସୁଯୋଗ ମିଳିଛି।

ଆଜି ଏଲିମିନେଟରରେ ଯେଉଁ ଦଳ ଜିତିବ, ସେ ଦ୍ୱିତୀୟ କ୍ୱାଲିଫାୟର୍‌ରେ ଚେନ୍ନାଇ ସୁପରକିଙ୍ଗସ୍‌କୁ ଭେଟିବ। ଦ୍ୱିତୀୟ କ୍ୱାଲିଫାୟର୍‌ରେ ବିଜେତା ଦଳ ସିଧାସଳଖ ମୁମ୍ବାଇ ସହ ଆସନ୍ତା ୧୨ ତାରିଖରେ ଫାଇନାଲ୍‌ ଖେଳିବ।

ଶେଷ ଖବର ସୁଦ୍ଧା ହାଇଦ୍ରାବାଦ୍‌ ଗୋଟିଏ ଓଭର୍‌ରେ ବିନା କୌଣସି ୱିକେଟ୍‌ରେ ୮ ରନ୍‌ କରିଛି।



from Odisha Reporter http://bit.ly/2PSX3AZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages