
ନୂଆଦିଲ୍ଲୀ: ବୁଧବାର ଟିଡିପି ସୁପ୍ରିମୋ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି। ଏହାପରେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।
ଉଭୟଙ୍କ ମଧ୍ୟରୁ କେହି ଏ ବାବଦରେ ଗଣମାଧ୍ୟମରେ ମୁହଁ ଖୋଲିନାହାନ୍ତି। ନାଇଡ଼ୁ ମମତାଙ୍କ ସହିତ ଭେଟ ହେବା ସହ ତୃଣମୂଳର ରାଲିରେ ଯୋଗଦେବେ। ଉଭୟ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ଏହି ରାଲିରେ ଯୋଗଦେବେ।
ସୂଚନାଯୋଗ୍ୟ ଯେ, ବିରୋଧୀ ଦଳମାନେ ଆସନ୍ତା ମେ ୨୧ ତାରିଖରେ ଏକାଠି ହେବାର ଯୋଜନା କରିଛନ୍ତି। ସେମାନେ ନିର୍ବାଚନ ଫଳାଫଳ ଘୋଷଣା ହେବାର ୨ ଦିନ ପୂର୍ବରୁ ଭେଟ ହୋଇ ନିର୍ବାଚନ ପରବର୍ତ୍ତୀ ଯୋଜନା ନିର୍ଦ୍ଧାରଣ କରିବେ।
ପୂର୍ବରୁ ନାଇଡ଼ୁ ଏକ ସାକ୍ଷାତକାରରେ କହିଥିଲେ, ମେ ୨୩ ପରେ ଦେଶ ଏକ ନୂଆ ପ୍ରଧାନମନ୍ତ୍ରୀ ଦେଖିବାକୁ ଯାଉଛି ଯେକି ନରେନ୍ଦ୍ର ମୋଦିଙ୍କ ସ୍ଥାନ ନେବେ। ସେ ୩ଟି ବିକଳ୍ପ କଥା କହିଥିଲେ। ଗୋଟିଏ କଂଗ୍ରେସ ଅଧିକ ଆସନ ପାଇବ, ଦ୍ୱିତୀୟ କଂଗ୍ରେସ ବାହାରୁ ସମର୍ଥନ ଦେବ ଏବଂ ତୃତୀୟ କଂଗ୍ରେସ ମେଣ୍ଟରେ ଯୋଗଦେବ।
from Odisha Reporter http://bit.ly/2vJDAtj
No comments:
Post a Comment