ଗିରଫ ହେବେ ଦୁଷ୍କର୍ମ ମାମଲାରେ ଫସିଥିବା ନବ ନିର୍ବାଚିତ ସାଂସଦ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

ଗିରଫ ହେବେ ଦୁଷ୍କର୍ମ ମାମଲାରେ ଫସିଥିବା ନବ ନିର୍ବାଚିତ ସାଂସଦ!

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଘୋସି ଲୋକସଭା ଆସନରୁ ବିଏସ୍‌ପି ଟିକେଟ୍‌ରେ ସାଂସଦ ହୋଇଥିବା ଅତୁଲ ରାୟ ଖୁବ୍‌ଶୀଘ୍ର ଗିରଫ ହୋଇପାରନ୍ତି। ସେ ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ପୁଲିସ୍‌ ତାଙ୍କୁ ଗିରଫ କରିବାକୁ ଚାହୁଁଥିବା ବେଳେ ସେ ଆଗୁଆ ଜାମିନ୍‌ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ଅତୁଲଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି।

ଅବକାଶକାଳୀନ ବେଞ୍ଚରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍‌ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ ଏହି ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କହିଛନ୍ତି।

ମେ’ ୧ରେ ବାରାଣସୀର ଜଣେ କଲେଜ ଛାତ୍ରୀ ଶ୍ରୀ ରାୟଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ। ଏଥିପାଇଁ ସେ ନିର୍ବାଚନ ପ୍ରଚାର ନ କରି ଫେରାର ହୋଇଯାଇଥିଲେ। କିନ୍ତୁ ତାଙ୍କ ପାଇଁ ବିଏସ୍‌ପି ସୁପ୍ରିମୋ ମାୟାବତୀ ଓ ସପା ମୁଖ୍ୟ ଅଖିଲେଶ ଯାଦବ ପ୍ରଚାର କରିଥିଲେ। ଫଳରେ ଅତୁଲ ବିଜୟୀ ହୋଇଥିଲେ। ଅତୁଲ ଗିରଫଦାରୀରୁ ବର୍ତ୍ତିବା ପାଇଁ ମେ’ ୮ରେ ହାଇକୋର୍ଟରେ ଜାମିନ୍‌ ଆବେଦନ କରିଥିଲେ ହେଁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା।



from Odisha Reporter http://bit.ly/30LtHtq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages