କାହିଁକି ହାରିଲା କଂଗ୍ରେସ, ୩୦ରେ ହେବ ବିଚାର ବିମର୍ଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

କାହିଁକି ହାରିଲା କଂଗ୍ରେସ, ୩୦ରେ ହେବ ବିଚାର ବିମର୍ଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସର ଏଭଳି ଶୋଚନୀୟ ପରାଜୟ ହେଲା କାହିଁକି? ଏହାର କାରଣ ଖୋଜିବା ପାଇଁ ଆସନ୍ତା ୩୦ ତାରିଖରେ ରାଜ୍ୟ କଂଗ୍ରେସର ନିର୍ବାଚନ ପରବର୍ତ୍ତୀ ସମୀକ୍ଷା ବୈଠକ ବସିବ। ଏଥିରେ ଯୋଗଦେବେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ, ଟି.ଏସ୍ ସିଂହଦେଓ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ରାଜ୍ୟର ବରିଷ୍ଠ ନେତା। ପ୍ରଥମେ ରାଜ୍ୟର ସମସ୍ତ ବିଜୟୀ ଓ ପରାଜିତ ପ୍ରାର୍ଥୀଙ୍କ ସହ ଆଲୋଚନା କରାଯିବ। ଅପରାହ୍ନରେ ବରିଷ୍ଠ ନେତାଙ୍କ ସହ ବିପର୍ଯ୍ୟୟ ସମ୍ପର୍କରେ ସମୀକ୍ଷା କରାଯିବ। କଂଗ୍ରେସକୁ ବିପର୍ଯ୍ୟୟରୁ ବାହାର କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ସେ ତାଙ୍କର ଏକ ବର୍ଷର ଅନୁଭୂତି ବୈଠକରେ କହିବେ। ସେହିଦିନ କଂଗ୍ରେସ ବିଧାୟକ ଦଳ ନେତା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି।

ତାଙ୍କ ପୁଅ ପ୍ରାର୍ଥୀ ହେବାକୁ ନେଇ ନିରଞ୍ଜନ କହିଛନ୍ତି, “ମୋ ପୁଅ ଛିଡ଼ା ହୋଇଥିବା ନିର୍ବାଚନମଣ୍ଡଳୀକୁ ପ୍ରଚାର କରିବା ପାଇଁ ମୁଁ ଯାଇନି। ଜିଲ୍ଲା କଂଗ୍ରେସ ଓ ଏଆଇସିସି ନିଷ୍ପତ୍ତି ଅନୁସାରେ ତାଙ୍କୁ ପ୍ରାର୍ଥୀ କରାଯାଇଥିଲା। କେବଳ ମୋ ମତରେ ତାଙ୍କୁ ପ୍ରାର୍ଥୀ କରାଯାଇନି।”

ଗତ ନିର୍ବାଚନରେ କଂଗ୍ରେସ ହାରିବା ନେଇ ସେ କହିଛନ୍ତି, “ସାରା ଦେଶରେ ଲୋକେ ଆମକୁ ଚାହିଁଲେ ନାହିଁ। ସମଗ୍ର ଦେଶରେ ନରେନ୍ଦ୍ର ମୋଦିଙ୍କ ହାୱା ଓ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ହାୱା ପ୍ରବାହିତ ହେଲା। ଆମେ ସେହି ହାୱାକୁ ପ୍ରତିହତ କରିବାକୁ ସକ୍ଷମ ହେଲୁନାହିଁ। ଆମେ ଆମ ଦୁର୍ବଳତାକୁ ସ୍ୱୀକାର କରୁଛୁ।”



from Odisha Reporter http://bit.ly/2VNQvVv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages