
ଫୁଲବାଣୀ(ତ୍ରିନାଥ ସାହୁ): ଫୁଲବାଣୀ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ଼ ଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଦଶରଥ ଭୁକ୍ତା ଓ ତାଙ୍କ ସ୍ତ୍ରୀ ସରୋଜିନୀ ଭୁକ୍ତା।
ଆଜି ସକାଳେ ଦଶରଥ ଓ ତାଙ୍କ ସ୍ତ୍ରୀ ଆମ୍ବ ତୋଳିବାକୁ ଯାଇଥିଲେ। ଗାଁରେ ରାସ୍ତା କଡ଼ରେ ଥିବା ଏକ ଆମ୍ବ ଗଛରୁ ସେମାନେ ଆମ୍ବ ତୋଳୁଥିଲେ। ସେହି ଆମ୍ବ ଗଛ ଦେଇ ଏକ ୩୩ କେଭି ବିଦ୍ୟୁତ୍ ତାର ଯାଇଛି। ସେମାନେ ଯେଉଁ ଲାଠିରେ ଆମ୍ବ ତୋଳୁଥିଲେ, ତାହା ଉକ୍ତ ବିଦ୍ୟୁତ୍ ତା’ର ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter http://bit.ly/2HLOxzZ
No comments:
Post a Comment