
କାନ୍: ହିନା ଖାନଙ୍କ ମୁଣ୍ଡରେ ହାତୀ ଢାଳିଛି ସୁନା କଳସ। ଏବେ ତାଙ୍କ ମନ ଗଗନେ ଉଡୁଛି। କାନ୍ ପରି ଫେଷ୍ଟିଭାଲରେ ରେଡ କାର୍ପେଟରେ ଚାଲିବାକୁ ସୁଯୋଗ ପାଇଥିବା ବେଳେ ସେଠାରେ ରିଲିଜ ହୋଇଛି ତାଙ୍କ ଡେବ୍ୟୁ ଫିଲ୍ମ ‘ଲାଇନ୍ସ’ର ପୋଷ୍ଟର। ଏଥିରେ ତାଙ୍କ ଖୁସି କହିଲେ ନ ସରେ। ଏହି ପୋଷ୍ଟର ଫ୍ୟାନ୍ସଙ୍କୁ ପସନ୍ଦ ଆସିଥିବା ବେଳେ ହିନାଙ୍କ ଲୁକ୍ ବି ସାଉଣ୍ଟିଛି ପ୍ରଶଂସା।

ଟିଭି ସିରିୟଲ ‘ ୟେ ରିସ୍ତା କ୍ୟା କହଲାତା ହେ’ ରୁ ନିଜ କ୍ୟାରିୟର ଆରମ୍ଭ କରି ସଫଳ ହୋଇଥିବା ହିନା ଖାନ ଏବେ ବଲିଉଡ଼ରେ ନିଜ ଭାଗ୍ୟ ପରୀକ୍ଷା କରିବା ଲାଗି ଅଣ୍ଟା ଭିଡିଲେଣି। ହିନାଙ୍କ ଅପ୍କମିଙ୍ଗ ଫିଲ୍ମ ‘ଲାଇନ୍ସ‘ ର ପୋଷ୍ଟର ୭୨ତମ କାନ୍ ଫିଲ୍ମ ଫେଷ୍ଟିଭାଲରେ ରିଲିଜ ହୋଇଛି। ହୀନା ଏଥର କାନ୍ରେ ନିଜର ଡେବ୍ୟୁ ମଧ୍ୟ କରିଛନ୍ତି । ଏହି ଫିଲ୍ମରେ ସେ ‘ନାଜିଆ’ ନାମ୍ନୀ ଏକ ସାଧାରଣ ଯୁବତୀ ଭୂମିକାରେ ନଜର ଆସିବେ। ସେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ନିଜ ଫିଲ୍ମ ‘ଲାଇନ୍ସ’ର ପୋଷ୍ଟର ଶେଆର କରିଛନ୍ତି।

ପୋଷ୍ଟର ଶେଆର କରି ହିନା ଲେଖିଛନ୍ତି, ଲାଇନ୍ସ ଯୋଗୁ ଲୋକଙ୍କ ଭାବନାରେ ପରିବର୍ତ୍ତନ ଆସିପାରିବ ନାହିଁ। ନାଜିଆ ନିଜ ଜୀବନରେ ବହୁ ଘାତ, ପ୍ରତିଘାତର ସାମନା କରିଛି। ଏହା ମୋର ଡେବ୍ୟୁ ଫିଲ୍ମ ଅଟେ। ମୁଁ ଆଶା କରୁଛି ଯେ, ଏହି ଫିଲ୍ମ ଆପଣଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିବ। କାନ୍ ପରି ପ୍ଲାଟଫର୍ମରେ ଡେବ୍ୟୁ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହୋଇଥିବାରୁ ଖୁବ୍ ଖୁସି ଥିବା ଲେଖିଛନ୍ତି ହିନା।

ଏହି ଫିଲ୍ମର ପୋଷ୍ଟର ମଧ୍ୟ ଆକର୍ଷଣୀୟ ହୋଇଛି। ପୋଷ୍ଟରରେ ହିନା ପୁରା ନୂଆ ଅବତାରରେ ନଜର ଆସିଛନ୍ତି। ଏଥିରେ ସେ ଟ୍ରାଡିସନାଲ ଜୁଏଲାରୀ ପିନ୍ଧିଥିବା ବେଳେ ତାଙ୍କ ସମ୍ମୁଖରେ ଟଣା ଯାଇଛି ବର୍ଡରର ଲାଇନ। ନିଜ ପ୍ରଥମ ଫିଲ୍ମ ଲାଗି ହିନା ଏକତା କପୁରଙ୍କ ଫେମସ୍ ସିରିୟଲ ‘କସୌଟି ଜିନ୍ଦେଗୀ’ରୁ ନେଇଛନ୍ତି ବିରତି। ଏହି ସିରିୟଲରେ ସେ ‘କୋମଲିକା’ ଭୂମିକାରେ ନଜର ଆସିଥିଲେ।
from Odisha Reporter http://bit.ly/2YzWwH6
No comments:
Post a Comment