
ବାରିପଦା (ମାଣିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ କାଠପାଳ ନିକଟରେ ଆଜି ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ତେବେ ଡ୍ରାଇଭର ଓ ଫର୍ମାସିଷ୍ଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନଙ୍କର କିଛି କ୍ଷତି ହୋଇନି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ।
ଆଜି ସକାଳେ ଆମ୍ବୁଲାନ୍ସଟି ଜଣେ ରୋଗୀଙ୍କୁ ଛାଡ଼ିବାକୁ ବାରିପଦା ଡାକ୍ତରଖାନାକୁ ଆସିଥିଲା। ସେଠାରୁ ଫେରିଲା ବେଳେ କାଠପାଳ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।
ପରେ କ୍ରେନ୍ ଆସି ଆମ୍ବଲାନ୍ସକୁ ଉଠାଇଥିଲା।
from Odisha Reporter http://bit.ly/2w57lon
No comments:
Post a Comment