ଅକ୍ସିଜେନ୍‌ ପାଇପ୍‌ ଲଗାଇ ମତଦାନ କେନ୍ଦ୍ରରେ ପହଞ୍ଚିଲେ ୫୯ ବର୍ଷୀୟା ରେଣୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ଅକ୍ସିଜେନ୍‌ ପାଇପ୍‌ ଲଗାଇ ମତଦାନ କେନ୍ଦ୍ରରେ ପହଞ୍ଚିଲେ ୫୯ ବର୍ଷୀୟା ରେଣୁ

ଜୟପୁର: ୧୭ତମ ଲୋକସଭା ନିର୍ବାଚନ ପାଇଁ ମତଦାନ ସରିସାରିଛି। ଏବେ ବିଭିନ୍ନ ଟିଭି ଚ୍ୟାନେଲ୍‌ ନିଜ ଏକଜିଟ୍‌ ପୋଲ୍‌ ମଧ୍ୟ ଦେଇସାରିଲେଣି। କିଏ କେତେ ସିଟ୍‌ ଦଖଲ କରିବ, ସରକାର ଗଠନରେ କିଏ ତୁଲାଇବ ପ୍ରମୁଖ ଭୂମିକା, ତାହା  ଆଉ ମାତ୍ର ଦିନେ ପରେ ଅର୍ଥାତ ୨୩ ତାରିଖରେ ଜଣାପଡିବ।

ଏହିସବୁ ଭିତରେ ରବିବାର ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ମଧ୍ୟ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୮ଟି ରାଜ୍ୟର ୫୯ ସିଟ୍‌ରେ ମତଦାନ ହୋଇଥିଲା। ଏହି ଦିନ ରାଜସ୍ଥାନର ଏକ ପୋଲିଂ ବୁଥ୍‌ ଚର୍ଚ୍ଚାରେ ରହିଥିଲା। ଆଉ ଏହାର କାରଣ ହେଉଛି, ଜଣେ ମହିଳା ଆମ୍ବୁଲାନ୍ସରେ ଅକ୍ସିଜେନ୍‌ ପାଇପ୍‌ ଲଗାଇ ଭୋଟ୍‌ ଦେବାକୁ ଆସିଥିଲେ।

ଝାଡ଼ଖଣ୍ଡର ଦୁମ୍‌କା ନାମକ ସହରରେ ରହୁଥିବା ୫୯ ବର୍ଷିୟ ରେଣୁ ନାମ୍ନୀ ମହିଳା ଫୁସ୍‌ଫୁସ୍‌ ଜନିତ ରୋଗରେ ପୀଡ଼ିତ ଅଛନ୍ତି। ଏଥିପାଇଁ ତାଙ୍କୁ ସବୁବେଳେ ଅକ୍ସିଜେନ୍‌ ପାଇପ୍‌ ଲଗାଇ ରଖିବାକୁ ପଡ଼େ।

କିନ୍ତୁ ଏଠାରେ ସେ ରୋଗଗ୍ରସ୍ତ ହୋଇ ମଧ୍ୟ ନିଜର ମତଦାନ ସାବ୍ୟସ୍ତ କରିବାକୁ ପଛଘୁଞ୍ଚା ଦେଇ ନଥିଲେ। ଭୋଟ୍‌ ଦେବା ପାଇଁ ସେ, କୋଲ୍‌କାତାରୁ ୩୩୦ କିମିର ଲମ୍ବା ରାସ୍ତା ଅତିକ୍ରମ କରି ଦୁମ୍‌କାରେ ପହଞ୍ଚିଥିଲେ। ସେଠାରେ ଏକ ଆଦର୍ଶ ମତଦାନ କେନ୍ଦ୍ରରେ ସେ ମତଦାନ କରିଥିଲେ।

ଭୋଟ୍‌ ଦେଇ ସେ କହିଥିଲେ ଯେ, ‘ଯେତେ ଦିନ ପର୍ଯ୍ୟନ୍ତ ଜୀବିତ ଥିବି, ସେପର୍ଯ୍ୟନ୍ତ ରାଷ୍ଟ୍ର ନିର୍ମାଣରେ ମୋର ଲୋକତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରୁଥିବି’।

ଏଠାରେ ଆପଣଙ୍କୁ କହିରଖିବାକୁ ଚାହୁଁଛୁ ଯେ, ଯେତେବେଳେ  ରେଣୁଙ୍କୁ ଜଣା ପଡ଼ିଥିଲା ଯେ, ୧୯ ମେ’ରେ ମତଦାନ ଅଛି, ସେ ରାଜସ୍ତାନ ର ଦୁମ୍‌କା ଯିବାକୁ ନିଷ୍ପତ୍ତି ନେଇଥିଲେ।  ତାଙ୍କ ସମ୍ପର୍କୀୟ ଦୁମ୍‌କା ପ୍ରଶାସନ ସହ ଯୋଗାଯୋଗ କରିଥିଲେ। ଏହାପରେ ତାଙ୍କୁ ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚିବା ନିମନ୍ତେ ଆମ୍ବୁଲାନ୍ସ ତଥା ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଇଥିଲା।



from Odisha Reporter http://bit.ly/2WUTzAE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages