
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା–ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ରାଜ ସୁନାଖଳା ନିକଟ ଧୂମାନାଳ ପୋଲ ଠାରେ ଏକ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏଥିସହ ମୃତଦେହ ଶରୀରର ବିଭିନ୍ନ ଅଂଶରୁ ରକ୍ତସ୍ରାବ ହେବା ସହ ଉଲଗ୍ନ ଅବସ୍ଥାରେ ପଡ଼ି ରହିଥିଲା।
ଏହା ହତ୍ୟା ନା ଦୁର୍ଘଟଣା ଜଣା ପଡ଼ିନାହିଁ ।ଖବର ପାଇ ରାଜ ସୁନାଖଳା ପୁଲିସ୍ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି। ଏଥିସହ ଘଟଣାର ତଦନ୍ତ କରୁଛି।
from Odisha Reporter http://bit.ly/2Emtrr4
No comments:
Post a Comment