କେନ୍ଦ୍ରାପଡ଼ା: ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 9, 2019

କେନ୍ଦ୍ରାପଡ଼ା: ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର):କେନ୍ଦ୍ରାପଡ଼ାରେ ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ଜିଲ୍ଲାରେ ବାତ୍ୟା ପୂର୍ବରୁ ମୁକାବିଲା ପ୍ରସ୍ତୁତି ସନ୍ତୋଷଜନକ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ। କେନ୍ଦ୍ରାପଡ଼ାରେ ଫୋନିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ଲକ୍ଷ ୧୭ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି।

ବର୍ତ୍ତମାନ ସୁଦ୍ଧା ୮୦ ପ୍ରତିଶତ ବିଦ୍ୟୁତ୍‌ ସଂଯୋଗ ହୋଇଥିବା ବେଳେ ୨ ଦିନ ମଧ୍ୟରେ ଶତ ପ୍ରତିଶତ ବିଦ୍ୟୁତ ସଂଯୋଗ ହୋଇଯିବ। ୨୭୭ ଗ୍ରାମାଞ୍ଚଳ ଜଳଯୋଗାଣ କେନ୍ଦ୍ର ମଧ୍ୟରୁ ୨୪୦ଟି କାର୍ଯ୍ୟକ୍ଷମ ଅଛି ।

ଚାଷ କ୍ଷୟକ୍ଷତିର ଆକଳନ ଚାଲିଛି। କ୍ଷତିଗ୍ରସ୍ତଙ୍କୁ ସବ୍‌ସିଡି ଓ କ୍ଷତିପୂରଣ ମିଳିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ସମୀକ୍ଷା ବୈଠକରେ ଜଳସମ୍ପଦ ସଚିବ ପ୍ରଦୀପ ଜେନା ଓ ଜିଲ୍ଲାପାଳଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।



from Odisha Reporter http://bit.ly/2DWgyUs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages