ବଢ଼ିଲା ରାଜୀବ କୁମାରଙ୍କ ଅଡ଼ୁଆ, ପୂର୍ବ ଆଦେଶ ଉଠାଇ ନେଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ବଢ଼ିଲା ରାଜୀବ କୁମାରଙ୍କ ଅଡ଼ୁଆ, ପୂର୍ବ ଆଦେଶ ଉଠାଇ ନେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତମ ଆଇପିଏସ ଅଫିସର ରାଜୀବ କୁମାରଙ୍କୁ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ। ରାଜୀବଙ୍କୁ ଗିରଫ ନ କରିବାକୁ ଫେବୃଆରୀ ୫ ତାରିଖରେ ସୁପ୍ରିମକୋର୍ଟ ଯେଉଁ ଆଦେଶ ଦେଇଥିଲେ ତାହା ଆଜି ଉଠାଇ ଦେଇଛନ୍ତି। ତେବେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ତାଙ୍କୁ ୭ ଦିନ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ। ଯଦି ୭ ଦିନ ମଧ୍ୟରେ ତାଙ୍କୁ ଆଗୁଆ ଜାମିନ ନମିଳେ ତା’ହେଲେ ସିବିଆଇ ରାଜୀବଙ୍କୁ ଗିରଫ କରିପାରିବ ବୋଲି ଜଣାପଡ଼ିଛି।

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାର ବିଚାର କରୁଛନ୍ତି। ତାଙ୍କ ସହିତ ଜଷ୍ଟିସ ଦୀପକ ଗୁପ୍ତା ଏବଂ ସଞ୍ଜୀଭ ଖାନ୍ନା ମଧ୍ୟ ରହିଛନ୍ତି।

ସୂଚନା ଥାଉକି ଶାରଦା ଚିଟଫଣ୍ଡ ଘୋଟଲାର ତଦନ୍ତ କରୁଥିବା ବେଳେ ରାଜୀବ କୁମାର ପ୍ରମାଣ ନଷ୍ଟ କରିଥିବା ଅଭିଯୋଗରେ ଛନ୍ଦି ହୋଇଯାଇଛନ୍ତି। ଯାହାର ପ୍ରମାଣ ସିବିଆଇ ପାଇଛି। ଫେବୃଆରୀ ୩ ତାରିଖରେ ସିବିଆଇ ରାଜୀବଙ୍କ ବିରୋଧରେ ପ୍ରମାଣ ପାଇବା ପରେ ପଚରା ଉଚରା କରିବା ପାଇଁ ଯାଇଥିଲା। ହେଲେ ସେତେବେଳେ ଏହାକୁ ବିରୋଧ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧାରଣାରେ ବସିଥିଲେ। ଶେଷରେ ସିବିଆଇକୁ ନେଇ କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର ମଧ୍ୟରେ ବିବାଦ ବଢ଼ିଥିଲା। ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ରାଜୀବଙ୍କ ଗିରଫଦାରୀ ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ ଏବଂ ତଦନ୍ତରେ ସହଯୋଗ କରିବା ପାଇଁ ରାଜୀବଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ସିବିଆଇ ରାଜୀବ କୁମାରଙ୍କୁ ଫେବୃଆରୀ ୮ରୁ ୧୩ ମଧ୍ୟରେ ଶିଲଂ ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ପଚରା ଉଚରା କରିଥିଲା। ଏହି ସମୟରେ ଅନେକ ପ୍ରମାଣ ସିବିଆଇ ପାଇଥିଲା। ଯାହା ସିବିଆଇ ସୁପ୍ରିମକୋର୍ଟରେ ଦାଖଲ କରିଥିଲା। ଏବଂ ଗିରଫ ଆଦେଶକୁ ପ୍ରତ୍ୟାହାର କରିବା ପାଇଁ ସୁପ୍ରିମକୋର୍ଟ ନିକଟରେ ଆବେଦନ କରିଥିଲା ସିବିଆଇ।



from Odisha Reporter http://bit.ly/2Q86MmZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages