
ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୬ମହଲାରୁ ପଡ଼ି ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଟୁନା ବେହେରା। ତାଙ୍କ ଘର ଗଁଦିଆ ଥାନା ଅନ୍ତର୍ଗତ ମହୁଲଖୋଳ ଗାଁରେ। ତାଙ୍କୁ ମାତ୍ର ୨୧ ବର୍ଷ ହୋଇଥିଲା।
ଟୁନା ଗତକାଲି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେ କେମିତି ୬ ମହଲାରୁ ତଳକୁ ଖସି ପଡ଼ିଲେ, ତାହା ସ୍ପଷ୍ଟ ହୋଇନି। ତେବେ ସେ ଆତ୍ମହତ୍ୟା କରିଥିବା ଏଡିଏମ୍ଓ ସଂକଳ୍ପ ଭୋଳ କହିଛନ୍ତି।
ସେ କହିଛନ୍ତି,“ଗତକାଲି ରାତିରେ ଟୁନା ବେହେରା ଅଂଶୁଘାତରେ ଆକ୍ରାନ୍ତ ହୋଇ ପୁରୁଷ ମେଡିସିନ୍ ୱାର୍ଡରେ ଭର୍ତ୍ତି ହୋଇଥିଲେ। ସାଲାଇନ୍ ଦିଆଯିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିଲା। ଆଜି ସକାଳେ ଛଅ ମହଲାରୁ ଡେଇଁ ସେ ଆତ୍ମହତ୍ୟା କରିଛନ୍ତି। ଟୁନା ମାନସିକ ବିଷାଦଗ୍ରସ୍ତ ଥିବା ଅନୁମାନ କରାଯାଉଛି। ଏହା ଏକ ଦୁଃଖଦ ଓ ଅଭାବନୀୟ ଘଟଣା।”
ସୂଚନାଯୋଗ୍ୟ, ଟୁନା ଜଣେ ଡ୍ରାଇଭର। ସେ ରାଜ୍ୟ ବାହାରେ ଗାଡ଼ି ଚଳାଉଥିଲେ। ଗତ କିଛି ଦିନ ହେବ ସେ ଗାଁକୁ ଆସିଥିଲେ।
from Odisha Reporter http://bit.ly/2w0iZRA
No comments:
Post a Comment