ଅମିତ ଶାହଙ୍କ ରୋଡ୍ ଶୋ’ ଉପରେ ଆକ୍ରମଣର ପ୍ରତିବାଦ: କଳା କପଡ଼ା ବାନ୍ଧି ଧାରଣା ଦେଲା ରାଜ୍ୟ ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ଅମିତ ଶାହଙ୍କ ରୋଡ୍ ଶୋ’ ଉପରେ ଆକ୍ରମଣର ପ୍ରତିବାଦ: କଳା କପଡ଼ା ବାନ୍ଧି ଧାରଣା ଦେଲା ରାଜ୍ୟ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗରେ ରୋଡ୍ ଶୋ’ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପରେ ତୃଣମୂଳ କଂଗ୍ରେସର କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଆଜି ଭୁବନେଶ୍ୱରରେ ବିଜେପି କର୍ମୀମାନେ ମୁହଁରେ କଳା କପଡ଼ା ବାନ୍ଧି ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି।

ବିଜେପି ରାଜ୍ୟ କାର୍ଯ୍ୟାଳୟ ନିକଟସ୍ଥ ଦୀନଦୟାଲ ପାର୍କରେ ଶତାଧିକ ବିଜେପି କର୍ମୀ ଓ ନେତା ମୁହଁରେ କଳା କପଡ଼ା ବାନ୍ଧି ଶାନ୍ତିପୂର୍ଣ୍ଣ ଧାରଣା ଦେବାସହ ଘଟଣାରେ ସମ୍ପୃକ୍ତ ଥିବା ତୃଣମୂଳ କଂଗ୍ରେସର ଗୁଣ୍ଡାମାନଙ୍କୁ ତୁରନ୍ତ ଗିରଫ କରିବା ଓ ପଶ୍ଚିମବଙ୍ଗରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ କରାଇବା ପାଇଁ ଦାବି କରିଛନ୍ତି। ଶ୍ରୀ ଶାହଙ୍କ ଉପରେ ଆକ୍ରମଣକୁ ରାଜ୍ୟ ବିଜେପି କଡ଼ା ଭାଷାରେ ନିନ୍ଦା କରିବା ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ ତୃଣମୂଳ କଂଗ୍ରେସର ଗୁଣ୍ଡାମାନେ ଏଭଳି ଆକ୍ରମଣ କରିଥିଲେ ବୋଲି କହିଛି। ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ବଢୁଥିବା ଲୋକପ୍ରିୟତାକୁ ଦେଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ଗଣତନ୍ତ୍ରର କଣ୍ଠରୋଧ କରିବାର ଅପଚେଷ୍ଟା କରିବା ପାଇଁ ଚେଷ୍ଟା କରୁଛନ୍ତି। ଟିଏମସିର ଗୁଣ୍ଡାମାନେ ଗତକାଲି ରୋଡ୍ ଶୋ’ରେ ବିଜେପି କର୍ମକର୍ତ୍ତାଙ୍କ ଉପରକୁ ଟେକାପଥର ମାଡ଼ କରିବା ସହ ପଶ୍ଚିମବଙ୍ଗର ପରିଚୟ ଇଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା, ଗାଡ଼ିମୋଟରରେ ନିଆଁ ଲଗାଇବା ଭଳି କାମ କରିଛନ୍ତି ବୋଲି ସେମାନେ କହିଛନ୍ତି।

ଦେଶରେ ସବୁଆଡେ ଶାନ୍ତିପୁର୍ଣ୍ଣ ଭାବେ ନିର୍ବାଚନ ଚାଲିଥିବାବେଳେ ପଶ୍ଚିମବଙ୍ଗର ଏହି ଘଟଣା ଦେଶର ଗଣତନ୍ତ୍ର ଉପରେ ଏକ କଳାଦାଗ ଲଗାଇଛି। ପଶ୍ଚିମବଙ୍ଗ ପୁଲିସ ସେଠାରେ ଉପସ୍ଥିତ ଥାଇ ମଧ୍ୟ ନିରବଦ୍ରଷ୍ଟା ସାଜିଥିଲା ଓ ପଶ୍ଚିମବଙ୍ଗରେ ଖୋଲାଖୋଲି ଗଣତନ୍ତ୍ରକୁ ହତ୍ୟା କରିବାକୁ ଦିଆଯାଇଥିଲା। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ରାଜନୈତିକ ଅସହିଷ୍ଣୁତା ବର୍ବରତାର ସୀମା ଟପିଗଲାଣି ବୋଲି ବିଜେପି ନେତାମାନେ ଅଭିଯୋଗ କରିଛନ୍ତି।

ଆଜିର ଏହି ପ୍ରତିବାଦ ଏବଂ ଧାରଣା ସଭାରେ ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ(ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରମାରଞ୍ଜନ ବଳିଆର ସିଂ ଓ ଶଙ୍କର୍ଷଣ ପରିଡା, ରାଜ୍ୟ ସମ୍ପାଦକ ଯତୀନ ମହାନ୍ତି, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଗୋଲକ ମହାପାତ୍ର, ଗୋବିନ୍ଦ ଅଗ୍ରୱାଲ ଓ ଉମାକାନ୍ତ ପଟ୍ଟନାୟକ, ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡା, ବିଜେପି ନେତା ଜଗନ୍ନାଥ ପ୍ରଧାନ, ବାବୁ ସିଂ, ବିଶ୍ୱରଞ୍ଜନ ବଡ଼ଜେନା, ସୁବାସ ଜେନା ସମେତ ବିଜେପି ଅନେକ ନେତା ଏବଂ କର୍ମୀ ଉପସ୍ଥିତ ଥିଲେ।



from Odisha Reporter http://bit.ly/2LGuVSZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages