
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍ରେ ଏକ ନୂଆ ସିନେମା ରିଲିଜ୍ ହୋଇ ସାରିଛି। ଯାହାର ନାଁ ହେଲା ‘ସେଲ୍ଫିସ୍ ଦିଲ୍’। ଏହି ଫିଲ୍ମରେ ଜଣେ ନୂଆ ନାୟକ ଓଲିଉଡ୍ରେ ଏଣ୍ଟ୍ରି କରିଛନ୍ତି। ସେ ଦେଖିବାକୁ ହ୍ୟାଣ୍ଡସମ୍ ଏବଂ ଟିକେ ଦୁଷ୍ଟ ମଧ୍ୟ। ତାଙ୍କ ନାଁ ହେଉଛି ଶ୍ରେୟାନ୍। ତାଙ୍କ ସହ ଜଣେ ସୁନ୍ଦରୀ ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କୁ ମଧ୍ୟ ଆପଣ ଦେଖିବାକୁ ପାଇବେ।
ଓଲିଉଡ୍ର ଲୋକପ୍ରିୟ କଳାକାର ଯେପରିକି ସିଦ୍ଧାର୍ଥ ମହାପାତ୍ର, ଆକାଶ ଦାସ ନାୟକ, ଅନୁଭବ ମହାନ୍ତି ଏବଂ ସବ୍ୟସାଚିଙ୍କ ସହ କାମ କରିଥିବା ନିର୍ଦ୍ଦେଶକ ସୁଶାନ୍ତ ସାହୁ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ତେବେ ଏହି ଫିଲ୍ମରେ ହିରୋ ଥିବା ଶ୍ରେୟାନ୍ ହେଉଛନ୍ତି ଜଣେ ଜିଲ୍ଲା ସ୍ତରୀୟ କ୍ରୀକେଟ୍ ଖେଳାଳି। ସେ ଦିଲ୍ଲୀରୁ ଅଭିନୟ ପାଠ ପଢ଼ି ଏହି ଫିଲ୍ମରେ ଡେବ୍ୟୁ କରିଛନ୍ତି। ଆଉ ଫିଲ୍ମରେ ହିରୋଇନ୍ ଭୂମିକାରେ ଅଭିନୟ କରୁଥିବା ସୂର୍ଯ୍ୟମୟୀ ରିଆଲିଟି ଶୋ’ରୁ ଓଲିଉଡ୍କୁ ଆଗରୁ ଏଣ୍ଟ୍ରି କରିସାରିଛନ୍ତି।

ଏହି ଫିଲ୍ମରେ ଭର୍ପୁର୍ ମନୋରଞ୍ଜନ ରହିଛି। କେବଳ ମନୋରଞ୍ଜନ ନୁହେଁ, ଲଭ୍ ରୋମାନ୍ସ, କମେଡ଼ି, ଫାଇଟ୍ ଏବଂ ମନକୁ ଛୁଇଁଲା ପରି ଗୀତଗୁଡ଼ିକ ମଧ୍ୟ ରହିଛି।
from Odisha Reporter http://bit.ly/2W3xene
No comments:
Post a Comment