ସମସ୍ତଙ୍କ ମନ ଜିଣିଲେ ସୁନ୍ଦରୀ ପୋଲିଂ ଅଫିସର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ସମସ୍ତଙ୍କ ମନ ଜିଣିଲେ ସୁନ୍ଦରୀ ପୋଲିଂ ଅଫିସର

ଭୋପାଲ: ନିର୍ବାଚନ ଆସିଲେ ନେତାମାନେ ଭୋଟରଙ୍କ ମନ କିଣିବା ପାଇଁ କେତେ କ’ଣ କରନ୍ତି, କିନ୍ତୁ ଭୋପାଲରେ ଭୋଟରଙ୍କ ମନ କିଣିପାରିଛନ୍ତି ଜଣେ ସୁନ୍ଦରୀ ପୋଲିଂ ଅଫିସର। ଏଠାରେ ନିର୍ବାଚନ ସରିଯାଇଥିଲେ ମଧ୍ୟ ବୃତ୍ତିରେ ଜଣେ ବ୍ୟାଙ୍କ ଅଫିସର ଯୋଗେଶ୍ୱରୀ ଗୋହିତ୍‌ଙ୍କ ପୋଲିଂ ଡେ’ ଫଟୋ ଏବେ ଫେସବୁକ୍‌ ଏବଂ ହ୍ୱାଟ୍ସଆପ୍‌ ପରି ସୋଶାଲ ମିଡିଆରେ ଭାଇରାଲ ହେଉଛି। ଆଉ ତାଙ୍କୁ ଏତେ ଫ୍ରେଣ୍ଡଶିପ୍‌ ରିକ୍ୱେଷ୍ଟ ଆସିଛି ଯେ ସେ ନିଜ ଆକାଉଣ୍ଟ ବନ୍ଦ କରିବାକୁ ଚିନ୍ତା କଲେଣି।

କାନାରା ବ୍ୟାଙ୍କରେ କାମ କରୁଥିବା ଯୋଗେଶ୍ୱରୀ ଭୋପାଲର ଗୋବିନ୍ଦପୁରାରେ ପୋଲିଂ ଅଫିର ଭାବରେ ନିୟୋଜିତ ହୋଇଥିଲେ। ସେ ପହଞ୍ଚୁ ପହଞ୍ଚୁ ଫଟୋଗ୍ରାଫରଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ଡହ ଡହ ଖରାରେ ଏକ ବ୍ଲୁ ଗାଉନ୍‌ରେ ସେ ନଜର ଆସିଥିଲେ। ଗୋଟିଏ ହାତରେ ଥିଲା ଟ୍ରେଣ୍ଡି ବ୍ୟାଗ୍‌ ଏବଂ ଆଉ ଆର ହାତରେ ଇଭିଏମ୍‌ ୟୁନିଟ୍‌।

ଆଉ ସାମ୍ନାରେ ଏତେ ସଂଖ୍ୟାରେ କ୍ୟାମେରା ଦେଖି ସେ ଅତି ସରଳ ଭାବରେ ସ୍ମିତହାସ୍ୟ ଦେଇ ବୁଥ ଭିତରକୁ ଚାଲିଯାଇଥିଲେ। ତାଙ୍କ ଫଟୋ ଏବେ ଭାଇରାଲ ହେବାପରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା, ନିର୍ବାଚନ ଦିଗ୍‌ବିଜୟ ସିଂହ ଏବଂ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ମଧ୍ୟରେ ହେଉଥିଲା। କିନ୍ତୁ ଚର୍ଚ୍ଚାର ଶୀର୍ଷରେ ଥିଲେ ସୁନ୍ଦରୀ ଯୋଗେଶ୍ୱରୀ।



from Odisha Reporter http://bit.ly/2Vo7Xjo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages