ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ସେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ଏହି ଶପଥ ପାଠ ଉତ୍ସବରେ ଦେଶ ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତି ସମାଲ ହେବେ। କିନ୍ତୁ ଏଥିରେ ସାମିଲ୍ ହେବେନି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଆସନ୍ତା କାଲି ଷୋଡ଼ଶ ବିଧାନସଭାରେ ସଦସ୍ୟମାନେ ଶପଥ ନେବେ। ନବ ନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ ଉତ୍ସବରେ ନବୀନ ଉପସ୍ଥିତ ରହିବେ। ବିଧାୟକଙ୍କ ଶପଥ ଉତ୍ସବ ପାଇଁ ନବୀନ ଦିଲ୍ଲୀ ଯାଇପାରିବେ ନାହିଁ। ସେଣୁ ସେ ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେବେ ନାହିଁ।
ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ବାଂଲାଦେଶ, ନେପାଳ, ଭୁଟାନ, ଶ୍ରୀଲଙ୍କା, ମିଆମାଁର, ଥାଇଲ୍ୟାଣ୍ଡ, କିରଗିଜିସ୍ଥାନ, ମାଳଜଦ୍ୱୀପ ଭଳି ଅନେକ ଦେଶର ରାଷ୍ଟ୍ରମୁଖ୍ୟମାନେ ସାମିଲ ହେବା ଲାଗି ସହମତି ପ୍ରଦାନ କରିସାରିଛନ୍ତି। ସେହିଭଳି ଆଉ କିଛି ଦେଶର ପ୍ରତିନିଧି ମଧ୍ୟ ଉତ୍ସବରେ ଉପସ୍ଥିତି ରହିବେ। ଶପଥ ଗ୍ରହଣ ଉତ୍ସବକୁ ଦେଶ ବିଦେଶର ୬ହଜାର ୫ଶହରୁ ଅଧିକ ଅତିଥିଙ୍କୁ ନିୟମନ୍ତ୍ରଣ କରାଯାଇଛି।
from Odisha Reporter http://bit.ly/2XbVxwJ
No comments:
Post a Comment