ବିଶ୍ୱକପ୍ ଉଦଘାଟନୀ ମ୍ୟାଚରେ ଟସ୍ ଜିତିଲା ଦକ୍ଷିଣ ଆଫ୍ରିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ବିଶ୍ୱକପ୍ ଉଦଘାଟନୀ ମ୍ୟାଚରେ ଟସ୍ ଜିତିଲା ଦକ୍ଷିଣ ଆଫ୍ରିକା

ଲଣ୍ଡନ: ବହୁ ପ୍ରତୀକ୍ଷିତ ଆଇସିସି ବିଶ୍ୱକପ ଦ୍ୱାଦଶ ସଂସ୍କରଣର ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟିମ୍ କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆୟୋଜକ ଟିମ୍ ପ୍ରଥମେ ବ୍ୟାଟିଂ କରିବ।

ଉକ୍ତ ମ୍ୟାଚରେ ଇଂଲଣ୍ଡ ଆଶା ମୁତାବକ ଚୂଡ଼ାନ୍ତ ଏକାଦଶରେ ବିଶେଷ ପରିବର୍ତ୍ତନ କରିନାହିଁ। ଯୁବ ପେସ୍ ବୋଲର ଜୋଫ୍ରା ଆର୍ଚର ନିଜର ପ୍ରଥମ ବିଶ୍ୱକପ୍ ମ୍ୟାଚ୍ ଖେଳିବେ। ଓପନିଂ ଯୋଡ଼ି ଭାବେ ଜେସନ୍ ରୟ ଓ ଜନ୍ନି ବେୟାରଷ୍ଟୋ ଇନିଂସ୍ ଶୁଭାରମ୍ଭ କରିବେ। ମଧ୍ୟକ୍ରମରେ ଜୋ ରୁଟ୍, କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଓ ଜୋସ ବଟଲର ଟିମ୍ ପାଇଁ ପ୍ରମୁଖ ଭୂମିକା ବହନ କରିବେ। ଟିମରେ ଦୁଇ ଜଣ ସ୍ପିନର୍ ଭାବେ ମୋଇନ୍ ଅଲୀ ଓ ଆଦିଲ୍ ରଶିଦଙ୍କ ସୁଯୋଗ ମିଳିଥିବା ବେଳେ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି।

ସେହିପରି ଦକ୍ଷିଣ ଆଫ୍ରିକା ଏକାଦଶରେ ହାଶିମ୍ ଆମଲାଙ୍କୁ ସୁଯୋଗ ମିଳିଛି। ଦୁଇଟି ଯାକ ୱାର୍ମଅପ୍ ମ୍ୟାଚରେ ଭଲ ପ୍ରଦର୍ଶନ ଯୋଗୁ ଆମଲାଙ୍କୁ ଏହି ସୁଯୋଗ ମିଳିଛି। ବୋଲର ଭାବେ ଡେଲ୍ ଷ୍ଟେନଙ୍କ ସ୍ଥାନରେ ଡ୍ୱେନ୍ ପ୍ରିଟୋରିୟସଙ୍କୁ ସାମିଲ୍ କରାଯାଇଥିବା ବେଳେ ଏକମାତ୍ର ନିୟମିତ ସ୍ପିନର ଭାବେ ଇମ୍ରାନ୍ ତାହିର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି।

ଏହି ମ୍ୟାଚରେ ଇଂଲଣ୍ଡକୁ ଫେଭରିଟ୍ କୁହାଯାଉଛି। କାରଣ ଗତ ଚାରିବର୍ଷର ପ୍ରଦର୍ଶନକୁ ଦେଖିଲେ, ଇଂଲଣ୍ଡ ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ପାଦେ ଆଗରେ ରହିଥିବା କ୍ରିକେଟ୍ ବିଶେଷଜ୍ଞ ମତ ଦେଇଛନ୍ତି।

ଇଂଲଣ୍ଡ ଏକାଦଶ: ଜେସନ୍ ରୟ, ଜନ୍ନି ବେୟାରଷ୍ଟୋ, ଜୋ ରୁଟ୍, ଇଆନ୍ ମୋର୍ଗାନ୍ (ଅଧିନାୟକ), ଜୋସ ବଟଲର (ୱିକେଟକିପର), ବେନ୍ ଷ୍ଟୋକ୍ସ, ମୋଇନ୍ ଅଲୀ, କ୍ରିସ୍ ଓକ୍ସ, ଆଦିଲ୍ ରଶିଦ୍, ଜୋଫ୍ରା ଆର୍ଚର, ଲିଆମ୍ ପ୍ଲଙ୍କେଟ୍।

ଦକ୍ଷିଣ ଆଫ୍ରିକା ଏକାଦଶ: ହାଶିମ୍ ଆମଲା, କ୍ୱିଣ୍ଟନ୍ ଡି’କକ୍ (ୱିକେଟକିପର), ଆଇଡେନ୍ ମର୍କରାମ, ଫାଫ୍ ଡ୍ୟୁପ୍ଲେସିସ୍ (ଅଧିନାୟକ), ରାସି ଭାନ୍ ଡର୍ ଡୁସେନ୍, ଜେପି ଡୁମିନି, ଆଣ୍ଡିଲେ ଫେଲୁକୱାୟୋ, ଡ୍ୱେନ୍ ପ୍ରିଟୋରିୟସ, କାଗିସୋ ରବାଡା, ଲୁଙ୍ଗି ଏନଗିଡି, ଇମ୍ରାନ୍ ତାହିର୍।



from Odisha Reporter http://bit.ly/2YV3NRZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages