ନୂଆଦିଲ୍ଲୀ: ଧୁ ଧୁ ଖରାରେ ସିଝୁଛି ସାରା ଦେଶ। କିଛି ଦିନପରେ ମୌସୁମୀ ସ୍ଥଳଭାଗ ଛୁଇଁବ। ହେଲେ ଏହି ମୌସୁମୀ ସ୍ଥଳଭାଗ ଛୁଇଁଲା ପରେ ସାରା ଦେଶକୁ ଗ୍ରୀଷ୍ମଜନିତ କଷ୍ଟରୁ ନିସ୍ତାର ଦେଇପାରିବ ନାହିଁ। ଏଭଳି ଆକଳନ କରିଛନ୍ତି ସ୍କାଏମେଟର ପାଣିପାଗ ବିଶେଷଜ୍ଞ ଜେପି ଶର୍ମା। ଜୁନ ଓ ଜୁଲାଇ ମାସରେ ମୌସୁମୀ ସକ୍ରିୟ ରହିବ ବୋଲି ଜଣାପଡ଼ିଥିବା ବେଳେ ଜୁନରେ ଆବଶ୍ୟକତାରୁ ବହୁତ କମ୍ ବର୍ଷା ହେବ ବୋଲି ଆକଳନ କରି କହିଛନ୍ତି ଜେ.ପି ଶର୍ମା। ତେବେ ମୌସୁମୀର ପ୍ରଭାବ ଉତ୍ତର-ପୂର୍ବ ଭାରତରେ ଅଧିକ ରହିବ ବୋଲି ଜଣାପଡ଼ିଛି।
ବର୍ତ୍ତମାନ ସୁଦ୍ଧା ପଶ୍ଚିମବଙ୍ଗ ଓ ଝାରଖଣ୍ଡର କିଛି ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ ସ୍ଥାନରେ ଆବଶ୍ୟକତାରୁ ୨୩ ପ୍ରତିଶତ କମ୍ ପ୍ରାକ ମୌସୁମୀ ବର୍ଷା ହୋଇଥିବା ଜଣାପଡ଼ିଛି। ମୁଖ୍ୟତଃ ହିନ୍ଦୀ ହାର୍ଟଲ୍ୟାଣ୍ଡ ଓ ଦକ୍ଷିଣ ଭାରତରେ ୭୦ରୁ ୮୦ ପ୍ରତିଶତ ସ୍ଥାନ ଶୁଖିଲା ରହିଥିବା ଏବେ ଜଣାପଡ଼ିଛି।
ମେ’ ୧୮ ରେ ମୌସୁମୀ ଆଣ୍ଡାମାନ ଛୁଇଁଥିଲା କିନ୍ତୁ ପରେ ଦକ୍ଷିଣ–ପଶ୍ଚିମ ମୌସୁମୀ ବାୟୁ ଏକ ପ୍ରକାରର ଧିମା ହୋଇଯାଇଥିବା ଜଣାପଡ଼ିଛି। ତେବେ ପୁଣି ଥରେ ଜୁନ ୧ରେ ମୌସୁମୀ ସକ୍ରିୟ ହେବ ବୋଲି ଆକଳନ କରାଯାଇଛି।
from Odisha Reporter http://bit.ly/2Xf45CZ
No comments:
Post a Comment