ପବ୍‌ଜୀ ପାର୍ଟନରଙ୍କୁ ବାହା ହେବା ପାଇଁ ପତିଙ୍କୁ ଛାଡ଼ପତ୍ର ଦେବେ ପତ୍ନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ପବ୍‌ଜୀ ପାର୍ଟନରଙ୍କୁ ବାହା ହେବା ପାଇଁ ପତିଙ୍କୁ ଛାଡ଼ପତ୍ର ଦେବେ ପତ୍ନୀ

ଅହମ୍ମଦାବାଦ୍: ଗୁଜରାଟର ଅହମ୍ମଦାବାଦରୁ ଏଭଳି ଏକ ଖବର ଆସିଛି ଯାହା ଯେକେହି ଶୁଣୁଛି ମୁଣ୍ଡରେ ହାତ ଦେଉଛି। ଲୋକପ୍ରିୟ ମୋବାଇଲ ଗେମ୍‌ ଖେଳୁ ଖେଳୁ ପାର୍ଟନରଙ୍କ ସହ ପ୍ରେମରେ ପଡ଼ିଯାଇଥିବା ଜଣେ ମହିଳା ଏବେ ତାଙ୍କୁ ବିବାହ କରିବାକୁ ଅଡ଼ି ବସିଛନ୍ତି। ଆଉ ଏଥିପାଇଁ ନିଜ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବାକୁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତାଙ୍କର ଶିଶୁ କନ୍ୟାଟିଏ ମଧ୍ୟ ଅଛି।

ସେ ଏକ ମହିଳା ହେଲ୍ପ ଲାଇନ୍‌ ନମ୍ବରକୁ ଫୋନ୍‌ କରି ଛାଡ଼ପତ୍ର ବାବଦରେ ପଚାରି ବୁଝିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ସେ ଛାଡ଼ପତ୍ର ପାଇଁ ସହାୟତା ମାଗିବା ସହ ଏହା ପଛର କାରଣ ସ୍ୱରୂପ କହିଥିଲେ, ସେ ତାଙ୍କର ପବ୍‌ଜୀ ଗେମିଂ ପାର୍ଟନରଙ୍କ ସହ ରହିବାକୁ ଚାହୁଁଛନ୍ତି।

ଏହି ଘଟଣାରେ ହେଲପଲାଇନ୍‌ କର୍ତ୍ତୃପକ୍ଷ କହିଛନ୍ତି, ଏହା ପ୍ରଥମ ଏଭଳି ଅଜବ ଘଟଣା ଯେଉଁଥିରେ ଜଣେ ପବ୍‌ଜୀ ଗେମ୍‌ ପାଇଁ ଛାଡ଼ପତ୍ର ଦେଉଛନ୍ତି। ସେ ଏଇ କିଛି ଦିନ ହେଲା ପବ୍‌ଜୀ ଖେଳୁଛନ୍ତି ଏବଂ ଏଥିପାଇଁ ପ୍ରତିଦିନ ବେଶ୍‌ କିଛି ଘଣ୍ଟା ଏହି ଗେମ୍‌ରେ ବିତାନ୍ତି। ଏହି ଗେମ୍‌ ଖେଳିବା ସମୟରେ ହିଁ ତାଙ୍କ ସହରର ଜଣେ ଯୁବକଙ୍କ ସହ ପରିଚୟ ହୋଇଥିଲା ଯେ କି ଏହି ଗେମ୍‌ ଖେଳିବାରେ ଧୂରୀଣ ଏବଂ ସବୁବେଳେ ସକ୍ରିୟ ଥାଆନ୍ତି।

କାଉନ୍‌ସେଲିଂ ସମୟରେ ସେ ସବୁଦିନ କଥା ହେଉଥିବା ପାର୍ଟନରଙ୍କ ସହ ରହିବାକୁ ଚାହୁଁଛନ୍ତି ବୋଲି ମହିଳା ଜଣଙ୍କ କହିଛନ୍ତି। ଏହି ପାର୍ଟନରଙ୍କ ପ୍ରତି ମହିଳାଙ୍କ ପ୍ରବଳ ଆସକ୍ତି ଯୋଗୁ ପତିପତ୍ନୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଫଳରେ ସେ ବାପଘର ଚାଲିଯାଇଥିଲେ। ତେବେ ପବ୍‌ଜୀ ଗେମ୍‌ ମାୟାରେ ପଡ଼ି ସେ ଏପରି କଥା କହୁଥିବାରୁ ତାଙ୍କୁ ପ୍ରଥମେ ଏହି ଗେମ୍‌ରୁ ଦୂରେଇ ରଖିବା ପାଇଁ ମାନସିକ ଚିକିତ୍ସା ଆବଶ୍ୟକ ବୋଲି କୁହାଯାଇଛି।



from Odisha Reporter http://bit.ly/2JMcSs2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages