ସୁନ୍ଦର ଦେଖାଯିବା ପାଇଁ ଶୋଇବା ପୂର୍ବରୁ କରନ୍ତୁ ଏହି ୫ଟି କାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ସୁନ୍ଦର ଦେଖାଯିବା ପାଇଁ ଶୋଇବା ପୂର୍ବରୁ କରନ୍ତୁ ଏହି ୫ଟି କାମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର ):  ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହାନ୍ତି। ଖାସ୍‌ କରି ଝିଅମାନେ। ସୁନ୍ଦର ଦେଖାଯିବାକୁ ସେମାନେ ଢେର ପରିଶ୍ରମ ମଧ୍ୟ କରନ୍ତି। ତେବେ ସେହି ସୁନ୍ଦର ରହିବାକୁ ଚାହୁଁଥିବା ଝିଅମାନଙ୍କ ପାଇଁ ୫ଟି ଟିପ୍ସ। ଶୋଇବା ପୂର୍ବରୁ ଏହି ୫ଟି ଟିପ୍ସକୁ ଫଲୋ କଲେ ତ୍ୱଚା ନିଶ୍ଚିତ ଭାବେ ଉଜ୍ୱଳ ଏବଂ ସତେଜ ରହିବ।

୧)  ମଶ୍ଚରାଇଜର ଲଗାନ୍ତୁ-  ମଶ୍ଚରାଇଜର ଲଗାଇ ଶରୀର ଏବଂ ମୁହଁକୁ ଭଲ ଭାବେ ମସାଜ କରନ୍ତୁ। ଏହା ଦ୍ୱାରା ଚର୍ମ ସତେଜ ରହିବ।

୨)ହଳଦି ମିଶା କ୍ଷୀର –  ଶୋଇବା ପୂର୍ବରୁ ଗୋଟେ ଗ୍ଲାସ୍‌ ହଳଦି ମିଶା କ୍ଷୀର ପିଅନ୍ତୁ। ଏହାଦ୍ୱାରା ଶରୀରରୁ ବିଷାକ୍ତ ଜୀବାଣୁ ମରିଯାଆନ୍ତି ଏବଂ ତ୍ୱଚାର ଚମକ ଫେରିଆସେ।

୩) କ୍ରିମ୍‌ ମସାଜ- ସାରା ଦିନ କାମ କରିବା ଦ୍ୱାରା ଆମ ଶରୀର ସହ ଆଖି ମଧ୍ୟ କ୍ଲାନ୍ତ ପଡିଯାଇଥାଏ ତେଣୁ ଶରୀର ସହ ଆଖିର ମଧ୍ୟ ମସାଜ୍‌ ଆବଶ୍ୟକ।

୪)ଆଲୋଭେରା ଜେଲ୍‌- ଶୋଇବା ପୂର୍ବରୁ ମୁହଁକୁ ଭଲ ଭାବେ ଧୋଇ ଆଲୋଭେରା ଜେଲ୍‌ ଲଗାନ୍ତୁ। ଏହାଦ୍ୱାରା ରୁ‍କ୍ଷ ପଡିଯାଇଥିବା ତ୍ୱଚା ସତେଜ ହୋଇଯିବ।

୫)ଗୋଲାପ ଜଳ- ଶୋଇବା ପୂର୍ବରୁ ଟିକେ ତୁଳାରେ ଗୋଲାପ ଜଳ ପକାଇ ମୁହଁକୁ ଭଲ ଭାବେ ପୋଛନ୍ତୁ। ଏହା ଦ୍ୱାରା ମୁହଁ ସଫ୍ଟ ରହିବ।



from Odisha Reporter http://bit.ly/2JzOLNR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages