
ଶ୍ରୀହରିକୋଟା: ଏଣିକି ଆକାଶରେ ରହି ଭୂପୃଷ୍ଠର ସ୍ପଷ୍ଟ ଚିତ୍ର ଉଠାଇବା, ବିପର୍ଯ୍ୟୟ ସମୟରେ ସଠିକ୍ ସୂଚନା ଦେବା, ସୀମାରେ ଅନୁପ୍ରବେଶ ରୋକିବା ପାଇଁ ଭାରତୀୟ ବୈଜ୍ଞାନିକ ଏକ ନୂଆ ଉପଗ୍ରହ ଆଜି ମହାକାଶକୁ ପଠାଇଛନ୍ତି। ଆଜି ଭୋର ୫ଟା ୩୦ ମିନିଟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନର (ଇସ୍ରୋ) ‘ଆରଆଇଏସଏଟି-୨ବି’ ସାଟେଲାଇଟକୁ ପୋଲାର୍ ସାଟେଲାଇଟ୍ ଲଞ୍ଚ୍ ଭେଇକ୍ଲସି-୪୬(ପିଏସଏଲଭିସି୪୬) ଲଞ୍ଚ ପ୍ୟାଡ୍ ସାହାଯ୍ୟରେ ସଫଳତାର ସହ ମହାକାଶକୁ ପଠାଇଛି।
ଉତକ୍ଷେପଣ ହେବାର ୧୫ ମିନିଟ୍ ପରେ ‘ଆରଆଇଏସଏଟି-୨ବି’ ନିଜ ରାଡାରରେ ଯାଇ ସଂଯୋଗ ହୋଇଛି। ରିସାଟ୍ ସାଟେଲାଇଟ୍ ସିରିଜର ଏହା ଚତୁର୍ଥ ସାଟେଲାଇଟ୍ ଅଟେ। ୬୧୫ କିଲୋ ବିଶିଷ୍ଟ ଏହି ସାଟେଲାଇଟ୍ ଉତ୍କ୍ଷେପଣ ଥିଲା ଶ୍ରୀହରିକୋଟାର ୪୮ତମ ଅଭିଯାନ। ଭୃପୃଷ୍ଠରୁ ୫୫୫ କିଲୋମିଟର ଉଚ୍ଚତାରେ ଏହା ସ୍ଥାପନ କରାଯାଇଛି।
‘ଆରଆଇଏସଏଟି-୨ବି’ ସାଟେଲାଇଟ କଣ ସହଯୋଗ କରିବ
ଏହି ସାଟେଲାଇଟ୍ ଆକାଶରେ ରହି ତୃତୀୟ ନୟନ ଭାବେ କାମ କରିବ। ଦେଶର ସୀମାରେ ଅନୁପ୍ରବେଶକାରୀଙ୍କ ବାବଦରେ ସୂଚନା ଦେବା, ଚାଷ, ଜଙ୍ଗଲ, ବାତ୍ୟା ବିପର୍ଯ୍ୟୟ ବେଳେ ଏହି ସାଟେଲାଇଟ୍ ଉପରୁ ଥାଇ ସ୍ପଷ୍ଟ ଚିତ୍ର ଉଠାଇ ପାରିବ। ଏହା ଦ୍ୱାରା ଭାରତ ସମସ୍ତ ପ୍ରସଙ୍ଗରେ ଭୂପୃଷ୍ଠରେ ରହି ଆଗୁଆ ସୂଚନା ପାଇବା ସହ ସତର୍କତା ଅବଲମ୍ୱନ କରିପାରିବ।
‘‘ଆରଆଇଏସଏଟି-୨ବି’’ରେ ଏକ ସିନ୍ଥେଟିକ୍ ଆପର୍ଚର୍ ରାଡାର୍ ସଂଯୋଗ ହୋଇଛି। ଏହା ଦିନ, ରାତି ଏବଂ କୁହୁଡି ପାଗରେ ମଧ୍ୟ ଭୂପୃଷ୍ଠର ଚିତ୍ର ଉତ୍ତୋଳନ କରି ପାରିବ।
୨୬/୧୧ ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଉଭୟ ସ୍ଥଳ ଓ ସାମୁଦ୍ର ସୀମାରେ କିଭଳି ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖି ହେବ ଏହାକୁ ନେଇ ଚିନ୍ତା ପ୍ରକଟ କରିଥିଲା ଭାରତ। ଶେଷରେ ଏହି ‘ଆରଆଇଏସଏଟି-୨ବି’ ଉପଗ୍ରହକୁ ଲଞ୍ଚ କରିବାରେ ସକ୍ଷମ ହୋଇଛି।
from Odisha Reporter http://bit.ly/2YLoTT1
No comments:
Post a Comment