ବିଗ୍‌ ବସ୍‌ରେ ଏଥର ଲାଗିବ ହରର୍‌ ତଡ଼କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ବିଗ୍‌ ବସ୍‌ରେ ଏଥର ଲାଗିବ ହରର୍‌ ତଡ଼କା

ମୁମ୍ବାଇ: ବିଗ୍‌ବସ୍‌ ସିଜିନ୍‌ ୧୩ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଶୋ’ ର ପ୍ରତିଯୋଗୀ, ଜାଗା ଏବଂ ଥିମ୍‌କୁ ନେଇ ସବୁଦିନ କିଛି ନା କିଛି ନୂଆ ବିଷୟ ଶୁଣିବାକୁ ମିଳୁଛି। ପୂର୍ବରୁ ଏହି କଥା ସ୍ପଷ୍ଟ ହୋଇସାରିଛି ଯେ, ଏହି ସିଜିନ୍‌କୁ ସଲ୍‌ମାନ୍‌ ହିଁ ହୋଷ୍ଟ କରିବେ। ଆଉ ଲୋକେସନ୍‌ ଲୋନାବଲାରୁ ମୁମ୍ବାଇ ମଧ୍ୟରେ ଠିକ୍‌ କରାଯିବ ବୋଲି ଚର୍ଚ୍ଚା ହେଉଛି।

ଏକ ରିର୍ପୋଟ ଅନୁସାରେ, ବିଗ୍‌ବସ୍‌ର ୧୩ତମ ସିଜିନ୍‌ର ଥିମ୍‌ ହରର୍‌ ହେବ ବୋଲି ଚର୍ଚ୍ଚା ହେଉଛି। ପୂର୍ବ ସିଜିନ୍‌ରେ ଥିମ୍‌ ‘ବିଚିତ୍ର ଯୋଡ଼ି’ ଥିଲା। ଆଉ ଏହି ଥର ଯଦି ହରର୍‌ ଥିମ୍‌ ରହିବ ତାହାଲେ ଏହା ସବୁ ସିଜିନ୍‌ ଠାରୁ ଅଲଗା ହେବ। ଏହା ପୂର୍ବରୁ କୌଣସି ରିଆଲିଟି ଶୋ’ରେ ଏହିପରି ଥିମ୍‌ ଦେଖିବାକୁ ମିଳିନାହିଁ।

ପୂର୍ବ ସିଜିନ୍‌ରେ ସାଧାରଣ ଲୋକ ଏବଂ ସେଲିବ୍ରିଟି ଶୋ’ରେ ଭାଗ ନେଇଥିବାରୁ ଶୋ’ ଭଲ ଟିଆର୍‌ପି ଆଣି ପାରି ନଥିଲା। ଏବଂ ଏହା ଫ୍ଲପ୍‌ ହୋଇଥିଲା। ବୋଧହୁଏ ଏଥିପାଇଁ କିଛି ନୂଆ ଏବଂ ଅଲଗା କରିବାକୁ ଚେଷ୍ଟା କରାଯାଉଛି।



from Odisha Reporter http://bit.ly/2JH8XNT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages