‘ସେମାନଙ୍କୁ ଏଠାରେ ପ୍ରତିନିଧିତ୍ୱ କରୁଥିବାରୁ ମୁଁ ସର୍ବଦା ଋଣି ରହିବି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

‘ସେମାନଙ୍କୁ ଏଠାରେ ପ୍ରତିନିଧିତ୍ୱ କରୁଥିବାରୁ ମୁଁ ସର୍ବଦା ଋଣି ରହିବି’

mp

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରର ଏ ହେଉଛି ମନ୍ଦିର। ଏଠରେ ବସିବା ପାଇଁ ସୁଯୋଗ ଦେଇଥିବା ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଖରେ ମୁଁ ଚିର କୃତଜ୍ଞ। ସେମାନଙ୍କୁ ଏଠାରେ ପ୍ରତିନିଧିତ୍ୱ କରୁଥିବାରୁ ମୁଁ ସର୍ବଦା ଋଣି ରହିବି। ଏଥିପାଇଁ ମୋର ଦଳୀୟ ସହଯୋଗୀ, ବନ୍ଧୁ, ଶିକ୍ଷକ, ଶୁଭଚିନ୍ତକ ଏବଂ ପରିବାର ସଦସ୍ୟଙ୍କୁ ମୁଁ ଅଶେଷ ଅଶେଷ ଧନ୍ୟବାଦ୍‌ ଦେଉଛି।”

ବରଗଡ଼ ନିର୍ବାଚନ ମଣ୍ଡଳୀରୁ ଏଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ସୁରେଶ ପୂଜାରୀ ଏଭଳି କିଛି ଲେଖି ନିଜ ଟୁଇଟର୍‌ ହ୍ୟାଣ୍ଡେଲରେ ପ୍ରକାଶ କରିଛନ୍ତି। ପଶ୍ଚିମ ଓଡ଼ିଶାରୁ ଏଥର ବିଜେପିକୁ ସର୍ବାଧିକ ସଫଳତା ମିଳିଥିବା ବେଳେ ପ୍ରଥମ ଥର ଲାଗି ସୁରେଶଙ୍କୁ ଲୋକସଭାରେ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ମିଳିଛି। ଖାଲି ସେତିକି ନୁହେଁ ସେ ଏଥର ଏଠାରୁ ନିଜର ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡିର ହେଭିୱେଟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମାତ୍‌ ଦେଇ ଚର୍ଚ୍ଚାରେ।

mp

୨୦୦୮ରୁ ବରଗଡ଼ ନିର୍ବାଚନ ମଣ୍ଡଳୀର ସୃଷ୍ଟି। ଏଥରକୁ ମିଶାଇ ମାତ୍ର ୩ଟି ନିର୍ବାଚନ ଦେଖିଛି ଏହି ଆସନ। ପ୍ରଥମ ଥର ୨୦୦୯ରେ  କଂଗ୍ରେସ ଦଖଲ କରିଥିଲା ଏହି ଆସନକୁ। କିନ୍ତୁ ୨ୟ ଥର ୨୦୧୪ରେ ଦଳ ପ୍ରତି ଲୋକଙ୍କ ଆସ୍ଥା ତୁଟିଲା ଆଉ କଂଗ୍ରେସକୁ ଭୋଟର ୩ୟ ସ୍ଥାନକୁ ଠେଲି ଦେଇଥିଲେ। ୨ୟ ନିର୍ବାଚନ ଅର୍ଥାତ ୨୦୧୪ରେ ବିଜେପି-ବିଜେଡି ମଧ୍ୟରେ ହୋଇଥିଲା ଟକ୍କର। ମାତ୍ର ୧୧ ହଜାର ଭୋଟରେ ଜିତିଥିଲେ ବିଜେଡି ପ୍ରାର୍ଥୀ ଡ.ପ୍ରଭାସ କୁମାର ସିଂ।

ହେଲେ ୨୦୧୯ରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ହେଭିୱେଟ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ପ୍ରାର୍ଥୀ କରି ବିଜୟ ତିଳକ ଧାରଣ କରିବାର ଆଶା କରିଥିଲା। ମାତ୍ର ବିଜେଡିର ଏହି ଇଚ୍ଛାକୁ ଧୂଳିସାତ୍‌ କରିଛନ୍ତି ସୁରେଶ। ଛାତ୍ରନେତାରୁ ରାଜ୍ୟ ରାଜନୀତିକୁ ଆସିଥିବା ସୁରେଶ ବିଜୟୀ ହୋଇ ପାର୍ଲିଆମେଣ୍ଟ ଯାଇଛନ୍ତି। ପୂର୍ବରୁ ରାଜ୍ୟ ରାଜନୀତିରେ ବିଜୟ ମୁକୁଟ କେବେ ପିନ୍ଧି ନ ଥିଲେ ମଧ୍ୟ ସୁରେଶଙ୍କର ଯଥେଷ୍ଟ ଲୋକପ୍ରିୟତା ରହିଛି। ୧୯୯୨ରୁ ୧୯୯୬ ସେ ସମ୍ବଲପୁର ମ୍ୟୁନିସିପାଲିଟି ଚେୟାରମ୍ୟାନ ଥିଲେ। ୨୦୧୪ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବ ଛିଡା ହୋଇଥିଲେ। ମାତ୍ର ୩୦ ହଜାର ଭୋଟରେ ବିଜେଡି ନେତା ନଗେନ୍ଦ୍ର ପ୍ରଧାନଙ୍କଠାରୁ ହାରି ଯାଇଥିଲେ।

 



from Odisha Reporter http://bit.ly/2QtPP6D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages