ଜୁନ୍‌ ୪ରେ କେରଳ ଛୁଇଁବ ମୌସୁମୀ, ଏଥର ସ୍ୱାଭାବିକ ଠାରୁ କମ ବର୍ଷା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ଜୁନ୍‌ ୪ରେ କେରଳ ଛୁଇଁବ ମୌସୁମୀ, ଏଥର ସ୍ୱାଭାବିକ ଠାରୁ କମ ବର୍ଷା!

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୪ ତାରିଖରେ କେରଳ ଛୁଇଁବାର ସମ୍ଭାବନା ରହିଥିବା ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ପୂର୍ବାନୁମାନ କରିଛି। ତେବେ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ଠାରୁ କମ୍‌ ବର୍ଷିବ ବୋଲି ପାଣିପାଗ କରିଥିବା ପୂର୍ବାନୁମାନ ଚାଷୀକୁଳକୁ ଚିନ୍ତାରେ ପକାଇଛି।

ସ୍କାଏମେଟ୍‌ ଆଜି ଜାରି କରିଥିବା ତଥ୍ୟ ଅନୁଯାୟୀ, ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ଉପରେ ସମଗ୍ର ଦେଶର ଚାଷୀକୁଳ ନିର୍ଭର କରନ୍ତି। ଆସନ୍ତା ମେ’ ୨୨ ତାରିଖରେ ମୌସୁମୀ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପ୍ରବେଶ କରିବ। ଏହା ଗୋଟିଏ କିମ୍ବା ଦୁଇ ଦିନ ଆଗ ପଛ ହୋଇପାରେ।

ଯଦି ମୌସୁମୀ ୨୨ରେ ଆଣ୍ଡମାନ ଓ ନିକୋବର ଦ୍ୱୀପପୁଞ୍ଜ ଛୁଏଁ, ତା’ହେଲେ ଜୁନ୍‌ ୪ ବେଳକୁ ଏହା କେରଳରେ ପ୍ରବେଶ କରିବ। ଏହାପୂର୍ବରୁ କେରଳରେ ପ୍ରାକ୍‌ ମୌସୁମୀ ବର୍ଷା ହେବ। ପୂର୍ବରୁ ଜୁନ୍‌ ୧ ବେଳକୁ ମୌସୁମୀ କେରଳରେ ପ୍ରବେଶ କରୁଥିଲା ଏବଂ ଜୁଲାଇ ମଧ୍ୟ ଭାଗ ସୁଦ୍ଧା ସମଗ୍ର ଦେଶରେ ନିଜର ଉପସ୍ଥିତି ଜାହିର କରୁଥିଲା। କିନ୍ତୁ ଚଳିତ ବର୍ଷ ଏଥିରେ ସାମାନ୍ୟ ବିଳମ୍ବ ହୋଇପାରେ ବୋଲି ସଂସ୍ଥା ଆକଳନ କରିଛି।

ଯଦି ମୌସୁମୀ ଜୁନ୍‌ ୪ରେ କେରଳ ଛୁଏଁ, ତେବେ ଏକ ସପ୍ତାହ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଏହା ଓଡ଼ିଶାରେ ପ୍ରବେଶ କରିବ। ପୂର୍ବରୁ ସ୍କାଏମେଟ୍‌ ମୌସୁମୀ ଜୁନ୍‌ ୧୦ରେ ଓଡ଼ିଶା ଛୁଇଁବ ବୋଲି ଆକଳନ କରିଥିଲା। ସେହିପରି ଦିଲ୍ଲୀରେ ମୌସୁମୀ ଜୁନ୍‌ ୨୯ରେ ପ୍ରବେଶ କରିବ ବୋଲି ସଂସ୍ଥା ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସଂସ୍ଥାର ସୂଚନା ଅନୁସାରେ,ଚଳିତ ବର୍ଷ ମୌସୁମୀ ପ୍ରଭାବରେ ସମଗ୍ର ଦେଶରେ ୯୩%(+-୫) ବର୍ଷା ହୋଇପାରେ। ତେଣୁ ସ୍ୱାଭାବିକ ଠାରୁ ଏହା କମ ବର୍ଷିବ। ୯୫%ରୁ ଅଧିକ ଏବଂ ୧୦୪% କମ୍‌ ବର୍ଷାକୁ ସ୍ୱାଭାବିକ ବୋଲି ଧରାଯାଏ। ସ୍କାଏମେଟ୍‌ର ଏମଡି ଯତୀନ ସିଂହ କହିଛନ୍ତି, “ଭାରତର ୪ଟି ଯାକ ପ୍ରାନ୍ତରେ ଏ ବର୍ଷ ସ୍ୱାଭାବିକ ଠାରୁ କମ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ବ, ଉତ୍ତରପୂର୍ବ ଓ କେନ୍ଦ୍ରୀୟ ଭାରତ ତୁଳନାରେ ଉତ୍ତରପଶ୍ଚିମ ଓ ଦକ୍ଷିଣ ଭାରତରେ ଭଲ ବର୍ଷା ହୋଇପାରେ।

ସ୍ୱାଭାବିକ ଠାରୁ ଅଧିକ ବର୍ଷା(୧୦୫ରୁ୧୧୦%) ହେବାର ସମ୍ଭାବନା ଶୂନ। ସେହିପରି ସ୍ୱାଭାବିକ ବର୍ଷା(୯୬-୧୦୪%) ହେବାର ୩୦% ସମ୍ଭାବନା ରହିଛି। ସ୍ୱାଭାବିକ ଠାରୁ କମ୍‌(୯୦ରୁ ୯୫%) ବର୍ଷା ହେବାର ୫୫% ସମ୍ଭାବନା ରହିଛି। ୯୦%ରୁ କମ୍‌ ବା ସ୍ୱଳ୍ପ ବୃଷ୍ଟି ହେବାର ୧୫% ଆଶଙ୍କା ରହିଛି। ପୂର୍ବ ଓ ଉତ୍ତର ପୂର୍ବ ଭାରତରେ ୯୨% ବର୍ଷା, ଉତ୍ତର ପଶ୍ଚିମ ଭାରତରେ ୯୬%, କେନ୍ଦ୍ରୀୟ ଭାରତରେ ୯୧% ଓ ଦକ୍ଷିଣ ଭାରତରେ ୯୫% ବର୍ଷା ହେବାର ସମ୍ଭାବନା ରହିଥିବା ଶ୍ରୀ ସିଂହ କହିଛନ୍ତି।

୨୦୧୮ ଓ ୨୦୧୭ରେ ଦେଶରେ ସ୍ୱାଭାବିକ ଠାରୁ କମ୍‌ ବର୍ଷା ହୋଇଥିଲା। ୨୦୧୮ରେ ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍‌ଡି ୯୭% ବର୍ଷା ହେବ ବୋଲି କହିଥିଲା। କିନ୍ତୁ ଗତବର୍ଷ ୯୧% ବର୍ଷା ହୋଇଥିଲା। ଅର୍ଥାତ ଏହା ସ୍ୱାଭାବିକ ଠାରୁ କମ୍‌ ଥିଲା। ଏଥର ଆଇଏମଡିର ଆକଳନ ଅନୁଯାୟୀ ସ୍ୱଳ୍ପ ବୃଷ୍ଟିପାତର ଆଶଙ୍କା ୧୭% ଥିବା ବେଳେ ପାଖାପାଖି ସ୍ୱାଭାବିକ ବର୍ଷାର ସମ୍ଭାବନା ୩୯% ରହିଛି।

ଆଇଏମ୍‌ଡିର ପୂର୍ବରୁ ଆକଳନ କରିଥିଲା ଯେ “ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଭାବରେ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ୯୬% ବର୍ଷା ହେବାର ସମ୍ଭାବନା ରହିଛି। ଏହା ପ୍ଲସ/ମାଇନସ୍‌ ୫ ହୋଇପାରେ। ଅର୍ଥାତ ଏଥର ମୌସୁମୀ ପ୍ରଭାବରେ ‘ପ୍ରାୟ ସ୍ୱାଭାବିକ ବର୍ଷା ହେବ। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ୯୬-୧୦୪% ବର୍ଷା ହେଲେ ଏହାକୁ ସ୍ୱାଭାବିକ ବୋଲି ଧରାଯାଏ।

ସେହିପରି ୯୦%ରୁ ୯୬% ମଧ୍ୟରେ ବର୍ଷା ହେଲେ ଏହାକୁ ସ୍ୱାଭାବିକ ଠାରୁ କମ୍‌ ବର୍ଷା ବୋଲି ଧରାଯାଏ। ଏଥର ପାଖାପାଖି ମୌସୁମୀ ସ୍ୱାଭାବିକ ବର୍ଷିବାର ସମ୍ଭାବନା ରହିଥିବାରୁ ଖରିଫ୍‌ ଚାଷ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।”



from Odisha Reporter http://bit.ly/2Q3HZRd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages