ହିନ୍ଦୁ ଟେରର୍ ଡିବେଟ୍‌ରେ ଧସେଇ ପଶିଲେ ଓୱେସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ହିନ୍ଦୁ ଟେରର୍ ଡିବେଟ୍‌ରେ ଧସେଇ ପଶିଲେ ଓୱେସୀ

ନୂଆଦିଲ୍ଲୀ: ଦେଶର ପ୍ରଥମ ଆତଙ୍କବାଦୀ ଜଣେ ହିନ୍ଦୁ ବୋଲି ଅଭିନେତାରୁ ନେତା ହୋଇଥିବା କମଲ ହାସନ କହିବା ପରେ ଏହାକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି। ତେବେ ଆଜି କମଲ ହାସନଙ୍କ ଏହି ମନ୍ତବ୍ୟକୁ ଏଆଇଏମଆଇଏମର ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ସମର୍ଥନ କରିଛନ୍ତି। ଏଥିସହ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ କେମିତି ମହାନ କୁହାଯିବ ବୋଲି ଓୱେସୀ ପ୍ରଶ୍ନ କରିଛନ୍ତି। ହିନ୍ଦୁ ଟେରର୍‌ ଡିବେଟ୍‌କୁ ଲମ୍ଫ ମାରି ଓୱେସୀ କହିଛନ୍ତି, “ନାଥୁରାମ ଗଡ଼ସେ ହେଉଛି ଜଣେ ଆତଙ୍କବାଦୀ। ଏହି ବ୍ୟକ୍ତି ଜଣଙ୍କ କ’ଣ ଜାତିର ପିତାଙ୍କୁ ହତ୍ୟା କରି ନଥିଲା କି?”

କମଲ ହାସନ୍‌ ଗତକାଲି ଏକ ନିର୍ବାଚନ ସଭାରେ ଯୋଗଦେଇ କହିଥିଲେ ଯେ “ସ୍ୱାଧୀନ ଭାରତର ପ୍ରଥମ ଆତଙ୍କବାଦୀ ହେଉଛି ଜଣେ ହିନ୍ଦୁ। ସେ ହେଉଛି ନାଥୁରାମ ଗଡ଼ସେ, ଯିଏ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ହତ୍ୟା କରିଥିଲା। ଆତଙ୍କବାଦ ସହ ହିନ୍ଦୁମାନଙ୍କୁ ଯୋଡ଼ା ଯିବାକୁ ନେଇ ବିଜେପି ଆପତ୍ତି ଉଠାଇଛି। ଏଥିସହ କମଲ ହାସନ ବିଭାଜନର ରାଜନୀତି କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି।



from Odisha Reporter http://bit.ly/2JDnMjL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages