
ରାଏବରେଲୀ:ମଙ୍ଗଳବାର ଉତ୍ତରପ୍ରଦେଶ ରାଏବରେଲୀରେ କିଛି ଦୃର୍ବୃତ୍ତ କଂଗ୍ରେସ ବିଧାୟକ ଅଦିତି ସିଂହଙ୍କ ଗାଡ଼ିର ପିଛା କରିବାପରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟିପଡ଼ିଥିବା ସୂଚନା ମିଳିଛି। ସମ୍ପୃକ୍ତ ଦୁର୍ବୃତ୍ତ ଅଦିତିଙ୍କ ଉପରେ ଆକ୍ରମଣ କରିବା ପାଇଁ ତାଙ୍କର ପିଛା କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି ଘଟଣାରେ ଡିଜିପି ଆନନ୍ଦ କୁମାର ରାଏବରେଲୀ ଏସ୍ପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ଏହା ସହିତ ଘଟଣାସ୍ଥଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ଅଦିତି ବାହୁବଳୀ ଅଖିଲେଶ ସିଂହଙ୍କ ଝିଅ। ସେ ଆମେରିକାରୁ ପଢ଼ା ସାରିବା ପରେ ୨୦୧୭ ମସିହାରେ ପ୍ରଥମ ଥର ନିର୍ବାଚନ ଲଢ଼ିଥିଲେ। ଏଥିରେ ବୃହତ ବ୍ୟବଧାନରେ ଜିତି ବିଧାୟକ ହୋଇଥିବା ଅଦିତିଙ୍କ ନାମ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ଯୋଡ଼ାହେବା ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା। ଚର୍ଚ୍ଚା ହୋଇଥିଲା ଯେ ସେ ରାହୁଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ପରେ ଅଦିତି ଏହି ଚର୍ଚ୍ଚାକୁ ଖଣ୍ଡନ କରିବା ସହ ରାହୁଲ ତାଙ୍କ ଭାଇ ପରି ବୋଲି କହିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାଏବରେଲୀ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ଭୋଟିଂ ହେବାର ଥିଲା। ଏହି ଆକ୍ରମଣ ଘଟଣା ଉକ୍ତ ଭୋଟିଂ ସହ ଜଡ଼ିତ ଥିବା ଅଭିଯୋଗ ହୋଇଛି। ତେବେ ଆକ୍ରମଣ କେବଳ ଅଦିତିଙ୍କ ଉପରେ ନୁହେଁ ଅନ୍ୟ ଜିଲ୍ଲା ପଞ୍ଚାୟତ ସଦସ୍ୟମାନଙ୍କ ଉପରେ ମଧ୍ୟ ଗୁଳିମାଡ଼ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସଦସ୍ୟମାନଙ୍କ ଉପରେ ଏହି ଦୃର୍ବୃତ୍ତମାନେ ଗୁଳିମାଡ଼ କରିବା ପରେ ସଦର ବିଧାୟକ ଅଦିତି ସିଂହଙ୍କ ପିଛା କରିଥିଲେ।
ଏହି ଘଟଣାରେ ବିଜେପିର ଲୋକସଭା ପ୍ରାର୍ଥୀ ଦିନେଶ ସିଂହଙ୍କ ଭାଇ ଅବଧେଶ ସିଂହଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।
from Odisha Reporter http://bit.ly/2vXlPXn
No comments:
Post a Comment