ଗୋଟେ ପଟେ ପରିବାର, ଅନ୍ୟପଟେ ସଙ୍ଗଠନ, ଯିଏ ଦେଶକୁ ପରିବାର ଭାବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ଗୋଟେ ପଟେ ପରିବାର, ଅନ୍ୟପଟେ ସଙ୍ଗଠନ, ଯିଏ ଦେଶକୁ ପରିବାର ଭାବେ

ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ଦୁଇଟି ବଡ ଘଟଣା ଘଟିଛି। ଗୋଟେ ତ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‍କ୍ଷମତାକୁ ଆସିଛନ୍ତି। ଆଉ ଏକ ବଡ ଘଟଣା ହେଉଛି ଆମେଠିରୁ ରାହୁଲ୍‌ ଗାନ୍ଧିଙ୍କୁ ହରାଇ ସ୍ମୃତି ଇରାନି ଜିତ୍‌ର ତାଜ୍‌ ପିନ୍ଧିଛନ୍ତି। ଆମେଠି ଯାହାକୁ ଗାନ୍ଧି ପରିବାରର ଗଡ଼ କୁହାଯାଏ, ସେଠାରୁ ରାହୁଲ୍‌ଙ୍କ ହାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିରଖିଛି। ୨୦୧୪ରେ ଆମେଠିରୁ ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କର ପରାଜୟ ହୋଇଥିଲା। ତଥାପି ସେ ରାଜନୀତିରେ ସକ୍ରିୟ ଥିଲେ। ଏଥର ଜିତ୍‌ ହାସଲ କରିବା ପରେ ସ୍ମୃତି ବେଶ୍‌ ଖୁସ୍ ଅଛନ୍ତି। ସେ ତାଙ୍କ ବିଜୟର ଶ୍ରେୟ ଲୋକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛନ୍ତି।

ସେ କହିଛନ୍ତି, ଗୋଟେ ପଟେ ପରିବାର ଥିଲା, ଅନ୍ୟପଟେ ଗୋଟେ ସଂଗଠନ ଯିଏ ଦେଶକୁ ପରିବାର ଭଳି ଦେଖୁଥିଲା। ଆଜି ସେ ସଙ୍ଗଠନର ଜିତ୍‌ ହୋଇଛି। ଆମେଠିରେ ଏମିତି ଅନେକ ଘର ରହିଛି ଯେଉଁଠି ଲୋକମାନେ ବିଜୁଳି ସୁବିଧାରୁ ବଞ୍ଚିତ ଥିଲେ। ଏମିତି ଅନେକ ଘରକୁ ମୋଦି ଶୌଚାଳୟ ଯୋଗାଇ ଦେଇଛନ୍ତି। ଆମେଠି ଲୋକଙ୍କୁ ଏକ ନୂତନ ଜୀବନ ଦେବାରେ ମୋଦିଙ୍କର ହାତ ରହିଛି।

୨୦୧୪ରେ ମୁଁ ହାରିବା ପରେ ମଧ୍ୟ ଜନସେବା ଜାରି ରଖିଥିଲି। କାରଣ ଏହା ଆମ ସଂଗଠନର ସଂସ୍କାର । ଯେ ପର୍ଯ୍ୟନ୍ତ ଧାଡି ଶେଷରେ ଠିଆ ହୋଇଥିବା ଜନତା ପର୍ଯ୍ୟନ୍ତ ବିକାଶ ନପହଞ୍ଚି ସେପର୍ଯ୍ୟନ୍ତ କାମ କରିଚାଲିବୁ।

ଆମେଠିରୁ ବିଜୟ ହେବାପରେ ରାହୁଲ ଗାନ୍ଧି ସ୍ମୃତିଙ୍କୁ ଶୁଭେଚ୍ଛା  ଜଣାଇଥିବା ବେଳେ ସ୍ମୃତି ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆମେଠିରେ ଭଲ କାମ ହେବ, ସେଠାରେ ବିକାଶ ହେବ ବୋଲି ରାହୁଲ୍‌ଙ୍କ ବିଶ୍ୱାସକୁ ନେଇ ସେ ନିଜର ଖୁସି ବ୍ୟକ୍ତ କରିଛନ୍ତି।



from Odisha Reporter http://bit.ly/2X3n5Er

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages