କମଲନାଥଙ୍କ ପାରିବାରିକ କଲେଜ ନାଁରେ ଜମି ଦୁର୍ନୀତି ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

କମଲନାଥଙ୍କ ପାରିବାରିକ କଲେଜ ନାଁରେ ଜମି ଦୁର୍ନୀତି ଅଭିଯୋଗ

kamalnath

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ସରକାର ଭୋପାଲ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ବିରୋଧରେ ଥିବା ଏକ ପୁରୁଣା ହତ୍ୟା ମାମଲା ଖୋଲିବା ପାଇଁ ନିଷ୍ପତ୍ତି ନେଇଛି। ଠିକ୍ ଏହାପରେ ଉତ୍ତର ପ୍ରଦେଶ ସରକାର ମଧ୍ୟ ଗାଜିଆବାଦରେ ଥିବା କମଲନାଥଙ୍କ ପାରିବାରିକ କଲେଜ ନାଁ’ରେ ଥିବା ଜମି ଜବରଦଖଲ ମାମଲାର ତଦନ୍ତ ପାଇଁ ନିଷ୍ପତ୍ତି ନେଇଛନ୍ତି।

ଗାଜିଆବାଦରେ ଥିବା ଆଇଏମଟି ବି-ସ୍କୁଲ ବେଆଇନ ଭାବେ ସରକାରୀ ଚୌଧୁରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟ (ସିସିଏସୟୁ)ର ୧୫ ଏକର ଜମି ଜବରଦଖଲ କରିଥିବା ଅଭିଯୋଗ ହୋଇଛି।  ବିଜେପି ନେତା ତଥା ବ୍ୟବସାୟୀ ରାଜେନ୍ଦ୍ର ତ୍ୟାଗୀ ଏହି ଅଭିଯୋଗ କରିବା ପରେ ସିସିଏସୟୁର କୁଳପତି ତଥା ରାଜ୍ୟପାଳ ରାମ ନାଏକ ଏହି ଅଭିଯୋଗର ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଏ ନେଇ ଆଇଏମଟି ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକଙ୍କ ସେକ୍ରେଟେରୀ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ୧୯୭୦ ମସିହାରେ କମଲ ନାଥଙ୍କ ବାପା ମହେନ୍ଦ୍ର ନାଥ ୧୯୭୦ ମସିହାରେ ଆଇଏମଟି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଏହି ବି-ସ୍କୁଲ ଦେଶର ଶ୍ରେଷ୍ଠ ୧୦ଟି ବି-ସ୍କୁଲ ମଧ୍ୟରେ ୮ ନମ୍ୱର ସ୍ଥାନରେ ରହିଛି।



from Odisha Reporter http://bit.ly/2WkmReI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages