
ମୁମ୍ବାଇ: ବିଗତ କିଛି ଦିନରୁ ବଲିଉଡ୍ ଅଭିନେତା ବିବେକ୍ ଓବରୟ ଚର୍ଚ୍ଚାରେ ରହି ଆସୁଛନ୍ତି। କେବେ ତାଙ୍କର ମିମ୍ସ ଶେୟାର କରିବାକୁ ନେଇ ତ ଆଉ କେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍କୁ ନେଇ। ଏବେ କିନ୍ତୁ ଆଉ ଏକ ଖବର ଆସି ପହଞ୍ଚିଛି। ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ବିବେକ୍ଙ୍କୁ ଫୋନ୍ରେ ଧମକ ମିଳିଥିବା ଜଣାପଡ଼ିଛି। ପିଏମ୍ ମୋଦିଙ୍କ ବାୟୋପିକ୍ ପାଇଁ ଧମକ୍ ମିଳିଥିବା କୁହାଯାଉଛି।
ଅନ୍ୟପକ୍ଷରେ ବିବେକ୍ଙ୍କୁ ଧମକ ମିଳିବା ପରେ ମୁମ୍ବାଇ ପୁଲିସ୍ ସଜାଗ୍ ହୋଇଯାଇଛି। ଏଥିପାଇଁ ବିବେକ୍ଙ୍କ ସୁରକ୍ଷା ମଧ୍ୟ ବଢ଼ାଇ ଦିଆଯାଇଛି। ଦୁଇ ଜଣ କନଷ୍ଟେବଲ୍ଙ୍କୁ ତାଙ୍କ ସୁରକ୍ଷା ଦାୟିତ୍ୱରେ ରଖାଯାଇଛି।
ଏଠାରେ ଆମେ କହିରଖିବାକୁ ଚାହୁଁଛୁ ଯେ, ବିଗତ କିଛି ଦିନରେ ବିବେକ ଲୋକସଭା ନିର୍ବାଚନକୁ ନେଇ ଏକ ମିମ୍ସ ଟ୍ୱିଟ୍ କରି ଫସି ଯାଇଥିଲେ। ତାଙ୍କୁ ମହିଳା କମିସନ୍ ନୋଟିସ୍ ମଧ୍ୟ କରିଥିଲା। ଏହା ପରେ ସେ ଉକ୍ତ ଫଟୋକୁ ଟ୍ୱିଟର୍ରୁ ଡିଲିଟ୍ କରିବା ସହ କ୍ଷମା ମଧ୍ୟ ମାଗିଥିଲେ।
from Odisha Reporter http://bit.ly/2Jxalmt
No comments:
Post a Comment