ବିଶ୍ୱକପରେ ଭାରତକୁ ଏହି ତ୍ରିମୂର୍ତ୍ତି ଭରସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ବିଶ୍ୱକପରେ ଭାରତକୁ ଏହି ତ୍ରିମୂର୍ତ୍ତି ଭରସା

ନୂଆଦିଲ୍ଲୀ: ଆସନ୍ତା ୩୦ ତାରିଖରୁ ହେବାକୁଥିବା ବିଶ୍ୱକପରେ ଭାରତକୁ ଅନ୍ୟତମ ଟାଇଟଲ୍ ଫେଭରିଟ୍ କୁହାଯାଉଛି। ‘ମେନ୍ ଇନ୍ ବ୍ଲୁ’ର ଶୀର୍ଷ ତିନି ବ୍ୟାଟ୍ସମ୍ୟାନ୍ ବିଶ୍ୱର କୌଣସି ବୋଲିଂ ଆକ୍ରମଣକୁ ସାମ୍ନା କରିବାର ସାମର୍ଥ୍ୟ ରଖିଛନ୍ତି।

ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡରେ ଖେଳାଯାଇଥିବା ଗତ ବିଶ୍ୱକପ୍ ପରେ ଭାରତ ଯେଉଁ ୮୬ ଦିନିକିଆ ମ୍ୟାଚ୍ ଖେଳି, ସେଥିରୁ ଶୀର୍ଷ ତିନିକ୍ରମର ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା, ଶିଖର ଧୱନ୍ ଓ ବିରାଟ୍ କୋହଲି ପ୍ରମୁଖ ଭୂମିକା ତୁଲାଇଛନ୍ତି। ତେଣୁ ଏଥର ଇଂଲଣ୍ଡରେ ହେବାକୁଥିବା ବିଶ୍ୱକପରେ ଏହି ତ୍ରିମୂର୍ତ୍ତି (ରୋହିତ୍, ଧୱନ୍ ଓ ବିରାଟ୍)ଙ୍କ ଉପରେ ଅଧିକ ଦାୟିତ୍ୱ ରହିବ।

ଗତ ଚାରିବର୍ଷରେ ମଧ୍ୟକ୍ରମ ତୁଳନାରେ ଭାରତର ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍ ୬୦୩୦ ରନ୍ ଅଧିକ କରିଛନ୍ତି। ଏହା ମଧ୍ୟରେ ଶୀର୍ଷକ୍ରମର ୪୫ ଶତକ ତୁଳନାରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ମାତ୍ର ୬ ଶତକ ମାରିଛନ୍ତି। କେବଳ ଏତିକି ନୁହେଁ, ଏହି ତିନି ବ୍ୟାଟ୍ସମ୍ୟାନ୍ ମଧ୍ୟକ୍ରମର ୩୫ ଅର୍ଦ୍ଧଶତକ ତୁଳନାରେ ଦ୍ୱିଗୁଣା (୬୭ ଅର୍ଦ୍ଧଶତକ) ମାରିଛନ୍ତି। ତେଣୁ ଏଥିରୁ ଜଣାପଡୁଛି ଯେ, ୩୦ରୁ ଆରମ୍ଭ ହେବାକୁଥିବା ମହାକୁମ୍ଭରେ ଶୀର୍ଷକ୍ରମର ସଫଳତା ଭାରତ ପାଇଁ କେତେ ମହତ୍ତ୍ୱପୂର୍ଣ୍ଣ।

ଭାରତ ଗତ ଚାରିବର୍ଷ ମଧ୍ୟରେ ଖେଳିଥିବା ୮୬ ମ୍ୟାଚରୁ ୫୬ଟିରେ ବିଜୟୀ ହୋଇଛି। ଏହି ବିଜୟର ସବୁ ଶ୍ରେୟ ପ୍ରଥମ ତିନିଜଣ ବ୍ୟାଟ୍ସମ୍ୟାନଙ୍କୁ ଯିବ। ଭାରତ ଏହି ମ୍ୟାଚ୍ ଗୁଡ଼ିକରେ ଶୀର୍ଷକ୍ରମରେ ୧୪ ବ୍ୟାଟ୍ସମ୍ୟାନଙ୍କୁ ସୁଯୋଗ ଦେଇଛି, ଯେଉଁମାନେ ମୋଟ ୧୩୦୫୫ ରନ୍ କରିଛନ୍ତି। ଏହା ମଧ୍ୟରେ ମିଡିଲ୍ ଅର୍ଡରରେ ୨୪ଜଣ ବ୍ୟାଟ୍ସମ୍ୟାନଙ୍କ ନାମରେ ୭୦୨୫ ରନ୍ ରହିଛି। ଶୀର୍ଷକ୍ରମରେ କେବଳ କୋହଲି, ରୋହିତ୍ ଓ ଧୱନ ହିଁ ୧୦୦୦ରୁ ଅଧିକ ରନ୍ କରିପାରିଛନ୍ତି।

ଅଧିନାୟକ କୋହଲି ଏହି ଚାରିବର୍ଷ ମଧ୍ୟରେ ୬୫ ମ୍ୟାଚରେ ଶୀର୍ଷକ୍ରମରେ ବ୍ୟାଟିଂ କରିବାକୁ ଓହ୍ଲାଇଛନ୍ତି, ଯେଉଁଥିରେ ସେ ୮୩.୭୬ ହାରରେ ଏବଂ ୯୮.୫୪ ଷ୍ଟ୍ରାଇକରେଟରେ ୪୨୭୨ ରନ୍ କରିଛନ୍ତି। ଏଥିରେ ତାଙ୍କର ୧୯ ଶତକ ଓ ୧୬ ଅର୍ଦ୍ଧଶତକ ସାମିଲ୍ ଅଛି। ଗତ ଚାରିବର୍ଷରେ ସେ ଏକମାତ୍ର ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍ ଭାବେ ୪ହଜାରରୁ ଅଧିକ ରନ୍ କରିଛନ୍ତି। ଏହା ପରେ ରୋହିତଙ୍କ ନମ୍ବର ଆସିବ, ଯିଏ ୭୧ ମ୍ୟାଚରେ ୬୧.୧୨ ହାରରେ ୩୭୯୦ ରନ୍ କରିଛନ୍ତି। ଏହା ମଧ୍ୟରେ ସେ ୧୫ ଶତକ ଓ ୧୬ ଅର୍ଦ୍ଧଶତକ ମାରିଛନ୍ତି।

ରୋହିତଙ୍କ ଓପନିଂ ଯୋଡ଼ିଦାର ଧୱନ୍ ୬୭ ମ୍ୟାଚରେ ୪୫.୨୦ ହାରରେ ୨୮୪୮ ରନ୍ କରିଛନ୍ତି, ଯେଉଁଥିରେ ୮ ଶତକ ଓ ୧୫ ଅର୍ଦ୍ଧଶତକ ସାମିଲ୍ ଅଛି। ଲୋକେଶ ରାହୁଲଙ୍କୁ ତୃତୀୟ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ବିଶ୍ୱକପ୍ ଟିମରେ ସାମିଲ୍ କରାଯାଇଛି, କିନ୍ତୁ ସେ ଏହି ଚାରିବର୍ଷ ମଧ୍ୟରେ ମାତ୍ର ୯ଟି ମ୍ୟାଚରେ ଶୀର୍ଷକ୍ରମରେ ସୁଯୋଗ ପବାଇଛନ୍ତି। ଏଥିରେ ସେ ଗୋଟିଏ ଶତକ ଓ ଦୁଇ ଅର୍ଦ୍ଧଶତକ ସହ ୩୧୦ ରନ୍ କରିଛନ୍ତି। ବିଶ୍ୱକପରେ ଚତୁର୍ଥକ୍ରମ ପାଇଁ ରାହୁଲଙ୍କୁ ଦୃଢ଼ ଦାବିବାର କୁହାଯାଉଛି। କିନ୍ତୁ ରେକର୍ଡ କହୁଛି ଯେ, ଏହି କର୍ଣ୍ଣାଟକା ବ୍ୟାଟ୍ସମ୍ୟାନ୍ ଗତ ଚାରିବର୍ଷରେ ମଧ୍ୟକ୍ରମରେ ଖେଳିଥିବା ୫ଟି ମ୍ୟାଚରେ ମାତ୍ର ୩୩ ରନ୍ କରିଛନ୍ତି।

ମଧ୍ୟକ୍ରମ ଅର୍ଥାତ୍ ୪ରୁ ସପ୍ତମ ସ୍ଥାନ ମଧ୍ୟରେ ଭାରତ ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ନିର୍ଭର କରିବ। ସେ ଗତ ବିଶ୍ୱକପ୍ ପରଠାରୁ ୭୯ ମ୍ୟାଚରେ ୪୪.୪୬ ହାରରେ ୨୦୦୧ ରନ୍ କରିଛନ୍ତି, ଯେଉଁଥିରେ ଗୋଟିଏ ଶତକ ଓ ୧୩ ଅର୍ଦ୍ଧଶତକ ସାମିଲ ଅଛି। ଧୋନିଙ୍କ ବ୍ୟତୀତ କେବଳ କେଦାର ଯାଦବ (୫୮ ମ୍ୟାଚ୍, ୧୧୫୪ ରନ୍) ଏହି ଚାରିବର୍ଷରେ ୧୦୦୦ରୁ ଅଧିକ କରିଛନ୍ତି।

ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ବିଶ୍ୱକପରେ କୋହଲିଙ୍କ ବ୍ୟାଟିଂକ୍ରମରେ ପରିବର୍ତ୍ତନ କରିବା ନେଇ ସଙ୍କେତ ଦେଇଥିଲେ। କିନ୍ତୁ ଶାସ୍ତ୍ରୀଙ୍କ ଏହି ଯୋଜନା ଭାରତ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। କାରଣ କୋହଲି ଗତ ଚାରିବର୍ଷ ମଧ୍ୟରେ ୪ଥର ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ଓହ୍ଲାଇ ମାତ୍ର ୩୪ ରନ୍ କରିଛନ୍ତି।

ଏହି ଚାରିବର୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା (୪୧ ମ୍ୟାଚ୍, ୬୪୧ ରନ୍), ଦିନେଶ କାର୍ତ୍ତିକ (୧୯ ମ୍ୟାଚ୍, ୩୮୧ ରନ୍) ଓ ରବୀନ୍ଦ୍ର ଜାଡେଜା (୧୭ ମ୍ୟାଚ୍, ୧୭୨ ରନ୍) କିଛି ମାତ୍ରାରେ ଭଲ ପ୍ରଦର୍ଶନ କରିଛନ୍ତି। ମାତ୍ର ବର୍ଷକ ମଧ୍ୟରେ ଟିମ୍ ସହ ଯୋଡ଼ି ହୋଇଥିବା ବିଜୟ ଶଙ୍କର ୯ ମ୍ୟାଚରେ ୧୬୫ ରନ କରିଛନ୍ତି।



from Odisha Reporter http://bit.ly/30lCxOl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages